ପିଲାମାନଙ୍କୁ ହତ୍ୟା କରାଯାଉଥିଲା ବେଳେ କେଉଁଠି ଥିଲେ ଜାତିସଂଘ-ଡବ୍ଲ୍ୟୁଏଚଓ: ଇସ୍ରାଏଲର ପ୍ରଶ୍ନ…

ଜେରୁଜେଲମ,୧୬।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦର ସମାଧାନର ରାସ୍ତା ଦେଖାଯାଉ ନାହିଁ। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରୁଷିଆ ୟୁକ୍ରେନ ବିବାଦ ନେଇ ବିଶ୍ୱ ଶାନ୍ତି ବ୍ୟାହତ ହୋଇଥିବାବେଳେ ଏବେ ହମାସ ଇସ୍ରାଏଲ ବିବାଦ ଚରମ ସୀମାରେ ପହଞ୍ଚିଛି। କୁଢ଼ କୁଢ଼ ମୃତଦେହ ଗାଜାରେ ପଡ଼ି ରହିଛି। ପଅଭାବିତଙ୍କ ଆଖିରୁ ଲୁହ ଶୁଖିବାର ନା ନେଉନି। ନିଜ ପ୍ରିୟ ପରିଜନଙ୍କୁ ହରାଇ ଥିବା ଲୋକେ ମନରେ କୋହ ଏବଂ ଆଖିରେ ଲୁହ ଧରି ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି।

ଏହି ସମୟରେ, ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଦ ଏର୍ଡାନ ହମାସ ପ୍ରତି ସମବେଦନା ଜଣାଇଥିବାରୁ ମିଳିତ ଜାତିସଂଘ ଏବଂ ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, ପିଲାମାନଙ୍କୁ ହତ୍ୟା କରାଯାଉଥିଲା ବେଳେ କେଉଁଠି ଥିଲେ ଜାତିସଂଘ-ଡବ୍ଲ୍ୟୁଏଚଓ। ଇସ୍ରାଏଲରେ ହମାସ ଆତଙ୍କବାଦୀମାନେ ପିଲାମାନଙ୍କୁ ହତ୍ୟା କରିଥିଲେ, ମହିଳାମାନଙ୍କୁ ବଳାତ୍କାର କରିଥିଲେ ଏବଂ ବଞ୍ଚିଥିବା ଲୋକଙ୍କୁ ବନ୍ଧକ ରଖିଥିଲେ। ସେତେବେଳେ କେହି ହସ୍ତକ୍ଷେପ କରିବାକୁ ଉଚିତ ମଣି ନ ଥିଲେ। ଏବେ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ସମୟରେ ବିଭିନ୍ନ ନ୍ୟାୟସଙ୍କତ କଥା କହି ଆକ୍ରମଣକୁ କାହିଁକି ରୋକିବାକୁ ଉଦ୍ୟମ ହେଉଛି ବୋଲି ଇସ୍ରାଏଲ ପ୍ରଶ୍ନ କରିଛି।

ହମାସ ଅନେକ ଲୋକଙ୍କୁ ବନ୍ଧକ ରଖିଛି। ଏଭଳି ପରିସ୍ଥିତିରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବିନା ସର୍ତ୍ତରେ ବନ୍ଧକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ କହିଛନ୍ତି।

Share