ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍‌ ଧରିଛି। ଟ୍ରମ୍ପ୍‌ଙ୍କ ଯିବା ଏବଂ ବାଇଡେନ୍‌ଙ୍କ ଆସିବା ମଧ୍ୟରେ ହ୍ବାଇଟ୍‌ ହାଉସ୍‌ ମଧ୍ୟ କିଛି ଅଂଶରେ ବଦଳିଯିବ। ପ୍ରଶ୍ନ ଉଠୁଛି ରାଷ୍ଟ୍ରପତି ଭବନ ଛାଡ଼ିବା ପରେ ଡୋନାଲ୍ଡ ଟ୍ରମ୍ପ୍‌ କେଉଁଠି ରହିବେ।

ଟ୍ରମ୍ପ୍‌ଙ୍କ ପାଖରେ ଅଚଳାଚଳ ସମ୍ପତ୍ତି। ଟ୍ରମ୍ପ ନାମକ ଏକ ବିଳାସପୂର୍ଣ୍ଣ ଟାଓ୍ବାର ମଧ୍ୟ ରହିଛି। ଏଠାରେ ୫୬ ମହଲା ବିଶିଷ୍ଟ କୋଠା ଅଛି। ନ୍ୟୁୟର୍କ ସିଟିରେ ନିର୍ମାଣ ହୋଇଥିବା ଏହି ଟାଓ୍ବାର କୌଣସି ରାଜମହଲଠାରୁ କମ୍‌ ନୁହେଁ। ଏହି ଟାଓ୍ବାରରେ ଟ୍ରମ୍ପ୍‌ଙ୍କ ସବୁ ବିଭାଗ ତିଆରି ହୋଇଛି। ୨୦୧୭ରେ ଫୋବର୍ସ ଅନୁମାନ ଲଗାଇଥିଲା ଏହି ପେଣ୍ଟହାଉସ୍‌ର ଦାମ୍‌ ପ୍ରାୟ ୬୪ ମିଲିୟନ ଡଲାର ହେବ। ୨୪ କ୍ୟାରେଟ୍‌ ସୁନାରେ ଏହା ତିଆରି ହୋଇଛି।

ନ୍ୟୁ ଜର୍ସିରେ ଗଲ୍‌ଫ କ୍ଲବ ବେଡ୍‌ମିଷ୍ଟ ନାମକ ଟ୍ରମ୍ପଙ୍କର ମଧ୍ୟ ଏକ ବଙ୍ଗଳା ରହିଛି। ଏହି ବଙ୍ଗଳା ପ୍ରାୟ ୫୦୦ ସ୍କୋୟାରଫୁଟ୍‌ ପରିମିତ ଅଟେ। ଯେତେବେଳେ ଅବସର ମିଳେ ଟ୍ରମ୍ପ୍‌ ଏଠାକୁ ଏକୁଟିଆ ଆସିଥାନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଟ୍ରମ୍ପ୍‌ଙ୍କ ବିଳାସପୂର୍ଣ୍ଣ ଘର ରହିଛି। ତେବେ ଦେଖିବାକୁ ବାକି ରହିଲା କେଉଁ ସ୍ଥାନରେ ରହୁଛନ୍ତି ଟ୍ରମ୍ପ୍‌।

Share