୩୦୦ ଭାରତୀୟଙ୍କୁ ନେଇ ବିମାନ ବନ୍ଦରରେ ଅଟକି ଥିବା ବିମାନ ଏବେ ଯିବ କୁଆଡେ ? ମାନବ ଚୋରାଚାଲାଣ ନେଇ ତଦନ୍ତ ଜାରି …

ପ୍ୟାରିସ,୨୫।୧୨: ଫ୍ରାନ୍ସରେ ୩୦୦ ଭାରତୀୟ ଯାତ୍ରୀଙ୍କୁ ନେଇ ବିମାନ ବନ୍ଦରରେ ରହିଥିବା ବିମାନ ଉଡ଼ାଣ ସମ୍ପର୍କରେ ବଡ ସୂଚନା ସାମ୍ନାକୁ ଆସିଛି। ଫ୍ରାନ୍ସରେ ‘ମାନବ ଚୋରା ଚାଲାଣ’ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା ବିମାନଟି ସୋମବାର ବିମାନ ଉଡ଼ାଣ କରିବ ବୋଲି କୁହାଯାଉଛି, କାରଣ ଫ୍ରାନ୍ସ ଏଜେନ୍ସି ବିମାନକୁ ମୁକ୍ତ କରିଛି। ବିମାନରେ ୩୦୩ ଜଣ ଯାତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ। ତେବେ ବିମାନଟି ଏବେ କୁଆଡେ ଯିବ ସେ ନେଇ କୌଣସି ସୂଚନା ମିଳି ନାହିଁ।

ପ୍ରକୃତରେ, ଫ୍ରାନ୍ସ ହଠାତ ସଂଯୁକ୍ତ ଆରବ ଏମିରେଟ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିବା ବିମାନକୁ ଅଟକାଇ ବିମାନରେ ଥିବା ଲୋକଙ୍କୁ ପଚରାଉଚରା କରିଥିଲା। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ୩୦୩ ଜଣ ଯାତ୍ରୀଙ୍କୁ ନେଇ ସଂଯୁକ୍ତ ଆରବ ଏମିରେଟ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିବା ଏକ ବିମାନକୁ ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅବତରଣ କରାଯାଇଥିଲା।

ଫ୍ରାନ୍ସର ନ୍ୟୁଜ ପ୍ରସାରଣ ଟେଲିଭିଜନ ଏବଂ ରେଡିଓ ନେଟୱାର୍କ ବିଏଫଏମ ଟିଭି ରିପୋର୍ଟ କରିଛି ବିମାନକୁ ଛାଡିବାକୁ ଅନୁମତି ଦେବା ପରେ ଫ୍ରାନ୍ସର ବିଚାରପତିମାନେ ଏହି ପ୍ରକ୍ରିୟାରେ ଅନିୟମିତତା ଯୋଗୁ ଯାତ୍ରୀଙ୍କ ମାମଲାର ଶୁଣାଣି ବନ୍ଦ କରିଦେଇଥିଲେ। ‘ମାନବ ଚୋରା ଚାଲାଣ’ ସନ୍ଦେହରେ ଗୁରୁବାର ଠାରୁ ଫ୍ରାନ୍ସର ଚାରିଜଣ ବିଚାରପତି ପ୍ୟାରିସର ୧୫୦ କିଲୋମିଟର ପୂର୍ବରେ ଥିବା ଭାଟ୍ରି ବିମାନବନ୍ଦରରେ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ଥିବା ଯାତ୍ରୀଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ଓକିଲ କାର୍ଯ୍ୟାଳୟ ଦ୍ୱାରା ଆରମ୍ଭ ହୋଇଥିବା ଅନୁସନ୍ଧାନର ଏକ ଅଂଶ ଭାବରେ ଏହି ଶୁଣାଣି ଚାଲିଥିଲା।

ସୋମବାର ସକାଳେ ବିମାନଟି ଉଡ଼ାଣ ହେବାର ଆଶା କରାଯାଉଛି। ଏହାର ଗନ୍ତବ୍ୟ ସ୍ଥଳ ବିଷୟରେ କୌଣସି ସୂଚନା ମିଳି ନାହିଁ। ବିମାନଟି ଭାରତକୁ ଉଡ଼ାଣ କରିପାରି କିମ୍ବା ନିକାରାଗୁଆକୁ ଯାତ୍ରା କରି ପାରିବ। ଅବା ଏହା ଦୁବାଇ ଆସି ପାରିବ। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, କିଛି ଯାତ୍ରୀ ହିନ୍ଦୀରେ ଏବଂ କିଛି ତାମିଲରେ କଥାବାର୍ତ୍ତା କରୁଛନ୍ତି ଏବଂ ଟେଲିଫୋନ ମାଧ୍ୟମରେ ସେମାନଙ୍କ ପରିବାର ସହ ଯୋଗାଯୋଗ କରିଥିବା ଜଣାପଡିଛି। ଖବରକାଗଜ ଏହି ମାମଲା ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ଦଶ ଜଣ ଯାତ୍ରୀ ଶରଣ ନେବାକୁ ଅନୁରୋଧ କରିଛନ୍ତି।

Share