Categories: ଜାତୀୟ

ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ଭାଙ୍ଗିଯିବ କି ମେଣ୍ଟ! ତେଜିଲା ବିବାଦ

ଶ୍ରୀନଗର,୨୪।୮: ଜମ୍ମୁ କଶ୍ମୀର ଗସ୍ତରେ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନ୍ୟାଶନାଲ ପ୍ରୋଗେସିଭ ଏବଂ କଂଗ୍ରେସ ମେଣ୍ଟ କରିବା ନେଇ ବଡ଼ ଘୋଷଣା କରିଥିଲେ। ତେବେ ଘୋଷଣା କରିବାର ୨ଦିନ ନ ଜାଉଣୁ ଏନସି ମଧ୍ୟରେ ଦଳୀୟ କନ୍ଦଳ ଦେଖା ଦେଇଛି। ବାନିହଲ ନିର୍ବାଚନମଣ୍ଡଳୀର ସିଟ୍‌ ଭାଗବଣ୍ଟାକୁ ନେଇ ବରିଷ୍ଠ ନେତାମାନେ ବିରୋଧ କରିଛନ୍ତି। ଏହି ଅଞ୍ଚଳରେ ଆସନ ଆବଣ୍ଟନ ନେଇ ଉଦବେଗ ପ୍ରକାଶ କରି ଦଳର ନେତାମାନେ କଂଗ୍ରେସ ସହ ମେଣ୍ଟ ନ କରିବାକୁ ଦାବି କରିଛନ୍ତି।

ଶନିବାର ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଜେ.କେ.ଏନ.ସି ନେତା ସାଜଜାଦ ଶାହିନ ଏବଂ ଡ. ଶ୍ୟାମସଦା ଶାନଙ୍କ ନେତୃତ୍ୱରେ କର୍ମକର୍ତ୍ତା ତଥା ନେତାମାନେ ସର୍ବସମ୍ମତି କ୍ରମେ ପ୍ରସ୍ତାବିତ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରି ବାନିହାଲ ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଦଳର ନେତାମାନେ ତୃଣମୂଳ ସ୍ତରର ଭାବନାକୁ ସମ୍ମାନ ଦେବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏନସି-କଂଗ୍ରେସ ମେଣ୍ଟକୁ ସମଗ୍ର ଅଞ୍ଚଳର ବିରୋଧ କରାଯାଇଛି ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି।

Share