ଭୁବନେଶ୍ବର,୩।୫(ବ୍ୟୁରୋ): ଆଇପିଏଲ୍ ମ୍ୟାଚ୍ ସମୟରେ ସୋମବାର ଇଣ୍ଡିଆ ଟିମ୍ର ଦୁଇ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିବା ବାକ୍ଯୁଦ୍ଧକୁ ନେଇ ଏବେ ଏହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା। ଭାରତୀୟ ଟିମ୍ର ପୂର୍ବତନ କ୍ୟାପ୍ଟେନ ତଥା ବ୍ୟାଟସ୍ମ୍ୟାନ ବିରାଟ କୋହଲି ଏବଂ ପୂର୍ବତନ ଖେଳାଳି ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ମାଝିରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଚାଲିବା ସହ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ପଡ଼ିଆ ଭିତରେ ଚାଲିଥିବା ଗଣ୍ଡଗୋଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋକୁ ଦେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଏକ ଟୁଇଟ୍କରି ଉଲ୍ଲେଖ କରିଛନ୍ତି, ଖେଳ ପଡ଼ିଆରେ ହେଉ ବା ରାସ୍ତାରେ ଝଗଡ଼ାକୁ କୌଣସି ମତେ ଗ୍ରହଣ କରାଯିବ ନାହିଁ। ସଡ଼କ ସୁରକ୍ଷା ଆଇପିଏଲ୍ ଖେଳ ପଡ଼ିଆ ଗଣ୍ଡଗୋଳରୁ ଏହା ଶିଖିଲା। ଯଦି କେହି ରାଗିକି ଗାଡ଼ି ଚଳାଉଛି ତାହାର ଅର୍ଥ ନୁହେଁ ତାକୁ ରାଗିକି ପ୍ରତିକ୍ରିୟା ଦେବା। ଶାନ୍ତ ରହି ସୁରକ୍ଷିତ ଗାଡ଼ି ଚଳାଇବାକୁ ଏସ୍ଟିଏ ଆହ୍ବାନ କରିଛି।