Categories: ଜାତୀୟ

ଭାଜପାର ଲୋକପ୍ରିୟତା ବଢିଛି ନା କମିଛି, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି। ଏପ୍ରିଲ ୧୯ରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ପ୍ରସିଦ୍ଧ ପତ୍ରିକା ନ୍ୟୁଜୱିକ୍‌କୁ ଏକ ସାକ୍ଷାତକାର ଦେଇଛନ୍ତି, ଏଥିରେ ସେ ବିଭିନ୍ନ ପ୍ରସଙ୍ଗ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।
ଆଗାମୀ ଲୋକ ସଭା ନିର୍ବାଚନକୁ ମୋଦୀ କହିଛନ୍ତି, ପ୍ରତିଶ୍ରୁତି ପୂରଣ କରିବାରେ ତାଙ୍କ ସରକାରଙ୍କର ଏକ ଉତ୍କୃଷ୍ଟ ରେକର୍ଡ ରହିଛି। ସାଧାରଣତଃ ଲୋକପ୍ରିୟ ସରକାର ମଧ୍ୟ ଦ୍ୱିତୀୟ କାର୍ଯ୍ୟକାଳ ଶେଷ ସୁଦ୍ଧା ସମର୍ଥନ ହରାଇବା ଆରମ୍ଭ କରି ଦେଇଥାନ୍ତି। ଗତ କିଛି ବର୍ଷ ମଧ୍ୟରେ ବିଶ୍ୱର କେତେକ ଦେଶରେ ସରକାରଙ୍କ ପ୍ରତି ଅସନ୍ତୋଷ ବୃଦ୍ଧି ପାଇଛି କିନ୍ତୁ ଭାରତ ଏହାର ବ୍ୟତିକ୍ରମ ଭାବରେ ଦେଖା ଦେଇଛି। ଭାରତରେ ଭାଜପା ସରକାର ପ୍ରତି ଲୋକଙ୍କ ସମର୍ଥନ ବୃଦ୍ଧି ପାଉଛି।
ଭାରତକୁ ଗଣତନ୍ତ୍ରର ମା’ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ୬୦୦ ମିଲିୟନରୁ ଅଧିକ ଲୋକ ଭୋଟ ଦେଇଛନ୍ତି ଏବଂ ବର୍ତ୍ତମାନ ୯୭୦ ମିଲିୟନରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ବ୍ୟବହାର କରିବେ।

Share