ତୈମୁରଙ୍କ ଭାଇ ଆସିବ ନା ଭଉଣୀ, ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛି ପିଉସୀଙ୍କ ପୋଷ୍ଟ

କରିନା କପୁର ଖାନ୍‌ ଖୁବଶୀଘ୍ର ଅନ୍ୟ ଏକ ସନ୍ତାନର ମା’ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ନଣନ୍ଦ ସବା ଅଲ୍ଲୀ ଖାନ ପ୍ରଶଂସକଙ୍କ ବ୍ୟସ୍ତତାକୁ ଆହୁରି ବଢ଼ାଇ ଦେଇଛନ୍ତି। ସେ ଏକ ପୋଷ୍ଟ କରିବା ପରେ, ପ୍ରଶଂସକମାନେ ଭିନ୍ନ କଳ୍ପନାଜଳ୍ପନା କରିବାକୁ ଲାଗିପଢ଼ିଛନ୍ତି। ସବା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସହ ଏକ ଛୋଟ ପିଲା ବସିଥିବା ନଜର ଆସିଛି। ଛୋଟପିଲା ଜଣଙ୍କ ହେଉଛନ୍ତି ସୈଫ୍‌ଙ୍କ ବଡ଼ ପୁଅ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌। ମାତ୍ର ପ୍ରଶଂସକମାନେ ଏହାକୁ ହେବାକୁ ଥିବା ପିଲା ସହ ଯୋଡି କରି ଦେଖୁଛନ୍ତି।
ଯେତେବେଳେ ସବା ହଠାତ୍‌ ସୈଫ୍‌ ଏବଂ ତାଙ୍କ ପୁଅର ଫଟୋ ଟଇଟ୍‌ କରନ୍ତି, ଲୋକମାନେ ଅନୁମାନ କରିବାକୁ ଲାଗିଲେ କରିନାଙ୍କୁ ପ୍ରସବ ହୋଇଛି ଏବଂ ଏଥର ମଧ୍ୟ ତାଙ୍କର ଏକ ପୁଅ ହୋଇଛି। ତଥାପି, ଏ ବିଷୟରେ କୌଣସି ସରକାରୀ ସୂଚନା ନାହିଁ, ତେଣୁ କିଛି କୁହାଯାଇପାରିବ ନାହିଁ। ପୂର୍ବରୁ ଡେଲଭରି ତାରିଖ ମାର୍ଚ୍ଚରେ ଦିଆଯାଇଥିଲା। ସୈଫ ଏବଂ କରିନା କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ,ସେମାନଙ୍କର ଦ୍ୱିତୀୟ ସନ୍ତାନ ଫେବୃଆରୀରେ ଆସିବ।
ସୈଫଙ୍କ ଭଉଣୀ ସବା ବୃତ୍ତିରେ ଜଣେ ଅଳଙ୍କାର ଡିଜାଇନର୍‌। ନିକଟରେ ସେ ପରିବାରର ଏକ ପୁରୁଣା ଫଟୋ ଶେୟାର କରିଥିଲେ। ଏହି ଫଟୋରେ ସବା ସୈଫଙ୍କ ଝିଇ ସାରାଙ୍କ ସହ ନଜରକୁ ଆସିଥିଲେ। ୨୦୧୬ର ଦିୱାଲୀ ଉତ୍ସବ ଅବସରରେ ଏହି ଫଟୋ କ୍ଲିକ କରାଯାଇଥିଲା।

Share