ନୂଆଦିଲ୍ଲୀ,୨୯।୮:ଆଇପିଏଲ୍ ୨୦୨୫ ଅଧିକ ରୋଚକ ହେବାକୁ ଯାଉଛି। କାରଣ ଏହା ପୂର୍ବରୁ ଏକ ମେଗା ନିଲାମ ଅନୁଷ୍ଠିତ ହେବ। ମେଗା ନିଲାମ ପୂର୍ବରୁ ଦଳଗୁଡିକରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଅନେକ ତାରକା ଖେଳାଳି ଗୋଟିଏ ଦଳରୁ ଅନ୍ୟ ଦଳକୁ ଯାଇପାରନ୍ତି, ଯେଉଁଥିରେ ରୋହିତ ଶର୍ମାଙ୍କ ନାମ ମଧ୍ୟ ସାମିଲ ଅଛି। ହିଟମ୍ୟାନଙ୍କ ବିଷୟରେ ଗୁଜବ ପ୍ରଚାରିତ ହୋଇଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଲିଜ୍ କରିବ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ତାଙ୍କୁ ୫୦ କୋଟି ଟଙ୍କାରେ କିଣିବ। ତେବେ ଏହି କଥାଗୁଡ଼ିକରେ କେତେ ସତ୍ୟ ଅଛି, ଲକ୍ଷ୍ନୌ ମାଲିକ ସଞ୍ଜୀବ ଗୋଏଙ୍କା ନିଜେ ଏହା ପ୍ରକାଶ କରିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ସଞ୍ଜୀବ ଗୋଏଙ୍କାଙ୍କୁ ପଚରାଯାଇଥିଲା, ରୋହିତ ଶର୍ମାଙ୍କୁ ଲକ୍ଷ୍ନୌ ୫୦ କୋଟି ଟଙ୍କାରେ କିଣିବ କି? ଏହାର ଜବାବରେ ସେ କହିଛନ୍ତି, ମୋତେ ଗୋଟିଏ କଥା କୁହ, କେହି ଜାଣନ୍ତି କି ରୋହିତ ଶର୍ମା ନିଲାମରେ ଉପଲବ୍ଧ ହେବେ କି ନାହିଁ? ଏହି ସବୁ କଳ୍ପନାଜଳ୍ପନା ଅନାବଶ୍ୟକ। ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ରିଲିଜ୍ କରିବ ନା ନାହିଁ, ସେ ନିଲାମରେ ଉପଲବ୍ଧ ହେବେ କି ନାହିଁ ତାହା ଜଣାନାହିଁ। ଆଉ ମଧ୍ୟ ସେ ଯଦି ବି ଉପଲବ୍ଧ ହେବେ, ତେବେ ଗୋଟିଏ ପାଞ୍ଚାଇଜ୍ ନିଜ ଅଂଶର ୫୦ ପ୍ରତିଶତ ଟଙ୍କ ଗୋଟିଏ ଖେଳାଳିରେ ବ୍ୟବହାର କରିବ, ତେବେ ଅବଶିଷ୍ଟ ୨୨ ଖେଳାଳିଙ୍କୁ କିପରି ପରିଚାଳନା କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ତା’ପରେ ଏହା ପରେ ତାଙ୍କୁ ପଚରାଯାଇଥିଲା କି ରୋହିତ ଶର୍ମା ଆପଣଙ୍କ ଇଚ୍ଛା ତାଲିକାରେ ଅଛନ୍ତି କି? ଏହାର ଜବାବରେ ସଞ୍ଜୀବ ଗୋଏଙ୍କା କହିଛନ୍ତି, ପ୍ରତ୍ୟେକଙ୍କର ନିଜସ୍ବ ଇଚ୍ଛା ତାଲିକା ଅଛି। ସମସ୍ତେ ଚାହାନ୍ତି ନିଜ ଦଳରେ ଶ୍ରେଷ୍ଠ ଖେଳାଳିଙ୍କୁ ନେବା। ଏହା ଜଣଙ୍କର ଇଚ୍ଛା କରିବା ବିଷୟ ନୁହେଁ। ଗୋଟିଏ ପାଞ୍ଚାଇଜ୍ କ’ଣ ଉପଲବ୍ଧ ଅଛି ତାହା ମଧ୍ୟ ଦେଖିବାକୁ ପଡ଼ିବ।