ନୂଆଦିଲ୍ଲୀ/ଟୋକିଓ,୮।୩: ଆଉ କିଛି ଦିନ ପରେ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏଥର ନିର୍ବାଚନରେ ଲଢିବେ କି ନାହିଁ ସେ ନେଇ ଖୁଲାସା କରିଛନ୍ତି।
ଆଜିକାଲି ଜାପାନ ଗସ୍ତରେ ଥିବା ଜୟଶଙ୍କର ଏକ କାର୍ଯ୍ୟକ୍ରମ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ମୁଁ ଲୋକ ସଭା ନିର୍ବାଚନରେ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବ। କାରଣ ଏଭଳି ରାଜନୈତିକ ନିଷ୍ପତ୍ତି କେବଳ ଦଳର ନେତୃତ୍ୱ ଗ୍ରହଣ କରିବେ। ମୁଁ ଗତ ବର୍ଷ ଗୃହକୁ ନିର୍ବାଚିତ ହୋଇଛି ଏବଂ ମୋର ସଂସଦର ସଦସ୍ୟତା ସୁରକ୍ଷିତ, କିନ୍ତୁ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି କି ନାହିଁ ତାହା ଦଳ ସ୍ଥିର କରିବ ଏବଂ ମୁଁ ଏହାର ଉତ୍ତର ଦେଇ ପାରିବି ନାହିଁ।