Categories: ଜାତୀୟ

୭୫ ବର୍ଷ ଅବା ୮୫ ବର୍ଷ ହେଉ ଛାଡିବିନି ରାଜନୀତି: ୨୦୨୪ ନିର୍ବାଚନ ଲଢ଼ିବାକୁ ଘୋଷଣା କଲେ ଉମା…

ସାଗର,୧୨।୯ : ଭାରତୀୟ ଜନତା ପାର୍ଟି(ଭାଜପା)ର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ୨୦୨୪ମସିହାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ମତେ ୭୫ ବର୍ଷ ଅବା ୮୫ ବର୍ଷ ହେଉ ମୁଁ ରାଜନୀତି ଛାଡିବି ନାହିଁ। ସାଗର ଜିଲାର ରାହଲି ବିଧାନସଭାର ଶାହପୁରରେ ଆୟୋଜିତ ବୀରାଙ୍ଗନା ରାଣୀ ଅବନ୍ତିକାବାଈ ଲୋଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଉମା ଭାରତୀ ଏହି କଥା କହିଛନ୍ତି।

ମଞ୍ଚରୁ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ମୁଁ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହିଁ କାରଣ ମତେ କାର୍ଯ୍ୟ କରିବାର ବହୁ ବର୍ଷ ବିତିଯାଇଥିଲା। ମତେ ଏକ ବିରତି ଆବଶ୍ୟକତା ଥିଲା। ଯଦି କେହି କୁହନ୍ତି ମୁଁ ରାଜନୀତି ଛାଡୁଛି ତେବେ ସେ ଭୁଲ କରୁଛନ୍ତି। ମୁଁ ସବୁବେଳେ ରାଜନୀତିରେ ରହିବି। ମୁଁ ରାଜନୀତିକୁ ବହୁତ ପସନ୍ଦ କରେ। ଯେଉଁମାନେ ଏହାକୁ ଆରାମର ମାଧ୍ୟମ ବୋଲି ଭାବନ୍ତି ସେମାନଙ୍କ ଦ୍ୱାରା ରାଜନୀତି ନଷ୍ଟ ହୋଇଯାଇଛି। ଯଦି ମୁଁ ଆଜି ରାଜନୀତିରେ ନ ଥାନ୍ତି, ଏପରି ଅନେକ ଜିନିଷ ଅଛି ଯାହା କରାଯାଇ ପାରି ନ ଥାନ୍ତା।

ମୁଁ ରାଜନୀତିକୁ ଭଗବାନଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ମାଧ୍ୟମ ଭାବରେ ବିବେଚନା କରୁଛି, ତେଣୁ ମୁଁ କେବେ ବି ରାଜନୀତି ଛାଡିବି ନାହିଁ।

 

Share