କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!

ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍‌ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ ବଡମାନେ ମାସ୍କ ପିନ୍ଧିବା ଜରୁରୀ। ହେଲେ ପିଲାମାନଙ୍କ ପାଇଁ ଏହା କେତେଦୂର ସୁରକ୍ଷିତ। ଏବେ ଏହି ପ୍ରଶ୍ନକୁ ନେଇ ମାସ୍କ ପିନ୍ଧିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ନୂଆ ଗାଇଡଲାଇନ ଜାରି କରିଛି। ଏଥିରେ ଉଲ୍ଲେଖ ରହିଛି ଯେ ୧୨ ବର୍ଷରୁ ଅଧିକ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ। କାରଣ ୧୨ ବର୍ଷରୁ ଅଧିକ ବୟସ ହେଲେ କରୋନା ସଂକ୍ରମଣର ଆଶଙ୍କା ମଧ୍ୟ ବଡମାନଙ୍କ ଭଳି ବଢିଯାଇଥାଏ। ତେବେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ଯେଉଁଠି ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉ ନ ଥିବ ଅବା କରୋନା ବ୍ୟାପୁଥିବା ଅଞ୍ଚଳରେ ନିଶ୍ଚିତ ଭାବେ ମାସ୍କ ପିନ୍ଧାଇବା ଜରୁରୀ ବୋଲି କହିଛି ଡବ୍ଲୁଏଚ୍‌ଓ। ତେବେ ଏହା ପିଲାମାନଙ୍କ ପାଇଁ କେତେ ହାନୀକାରକ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ। ଏହାସହ ଡବ୍ଲୁଏଚ୍‌ଓ ଏକ ପ୍ରକାର ସ୍ପଷ୍ଟ କରିଛି କି ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ମାସ୍କ ପିନ୍ଧାଇବା ଜରୁରୀ ନୁହେଁ। ତେବେ ଡବ୍ଲୁଏଚ୍‌ଓ ମତରେ ୬-୧୧ ବର୍ଷ ବୟସର ଶିଶୁଙ୍କ ପାଖରେ କରୋନା ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ। ତେବେ ପିଲାମାନେ ପଡିଆରେ ଖେଳିବା ବେଳେ ମାସ୍କ ନ ପିନ୍ଧିବା ସହ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବା ଭଲ ବୋଲି କହିଛି ଡବ୍ଲୁଏଚ୍‌ଓ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ! ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ…

ଓଟାଓ୍ବା,୧୭।୧୨: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କ୍ରମାଗତ ଭାବରେ କଠିନ ସମୟ ଦେଇ ଗତି କରୁଛନ୍ତି। ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ଦେବା...

ଛାତ୍ରଙ୍କ ଗୁଳି ମାଡରେ ୫ ମୃତ, ୬ ଆହତ

ନ୍ୟୁଜର୍ସି,୧୭।୧୨: ସୋମବାର ଆମେରିକାର ୱିସ୍କୋସିନ ରାଜ୍ୟ ମାଡିସନ ସ୍ଥିତ ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ...

ଜର୍ଜିଆରେ ୧୨ ଭାରତୀୟ ମୃତ

ତିବ୍ଲିିସି, ୧୭।୧୨: ଜର୍ଜିଆର ଗୁଡୈରିସ୍ଥିତ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ରିସର୍ଟରେ ୧୨ ଭାରତୀୟଙ୍କର ମୃତ୍ୟୁ ଘଟିଛି। ରିସର୍ଟର ଏକ ରୁମରୁ ସମସ୍ତଙ୍କର ମୃତଦେହ ମିଳିଛି।...

ଆମେରିକା ଆକାଶରେ ରହସ୍ୟମୟ ଡ୍ରୋନ୍‌ , ଲୋକେ ଭୟଭୀତ

ଓ୍ବାଶିଂଟନ,୧୬ା୧୨: ଆମେରିକାର ନ୍ୟୁ ଜର୍ସି ଓ ଅନ୍ୟାନ୍ୟ ରାଜ୍ୟର ଆକାଶରେ କିଛିଦିନ ହେଲା କେତେକ ରହସ୍ୟମୟ ଡ୍ରୋନ୍‌ ଉଡ଼ୁଥିବାର ଦେଖାଯାଇଛି। ଏହାକୁ ନେଇ ଦେଶବାସୀ ଭୟଭୀତ...

ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ…

ଓଟାଓ୍ବା,୧୬।୧୨: କାନାଡାର ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, କାନାଡା ପାଇଁ ସର୍ବୋତ୍ତମ ମାର୍ଗ ବିଷୟରେ ସେ ଆଉ ପ୍ରଧାନମନ୍ତ୍ରୀ ଜଷ୍ଟିନ...

ଚାଇନା ରାଷ୍ଟ୍ରପତିଙ୍କ ନିଦ ହଜିଲା:ଏହି ଛୋଟ ଦେଶ ଆଗରେ ସାହାଯ୍ୟ ପାଇଁ କରୁଛନ୍ତି ଗୁହାରି

ବେଜିଂ,୧୬।୧୨: ବିଶ୍ୱକୁ ନିଜ ଅଧୀନରେ ନେବାକୁ ସ୍ବପ୍ନ ଦେଖୁଥିବା ଚାଇନା ବର୍ତ୍ତମାନ ମିଆଁମାରରେ ଦୁର୍ବଳ ହେବାରେ ଲାଗିଛି। ମିଆଁମାରର ବିଦ୍ରୋହୀମାନେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ...

ବାଂଲାଦେଶରେ କେବେ ହେବ ନିର୍ବାଚନ ସୂଚନା ଦେଲେ ୟୁନୁସ ସରକାର

ଢାକା,୧୬।୧୨: ବାଂଲାଦେଶ ନିର୍ବାଚନକୁ ନେଇ ଏକ ବଡ ଅପଡେଟ ଆସିଛି। ନୋବେଲ ବିଜେତା ତଥା ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ନିର୍ବାଚନ ସମ୍ପର୍କରେ ସୂଚନା...

ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଚିଡୋ’, ହଜାରେରୁ ଅଧିକ ମୃତ

ପ୍ୟାରିସ,୧୬।୧୨: ଶନିବାର ଫ୍ରାନ୍ସର ହିନ୍ଦ ମହାସାଗରରେ ମାୟୋଟେ ଦ୍ୱୀପ ଅଞ୍ଚଳକୁ ସାଇକ୍ଲୋନ ‘ଚିଡୋ’ ଧକ୍କା ଦେଇ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri