ହିଜାବକୁ ନେଇ ଭାରତର ଅନେକ ସ୍ଥାନରେ ବିବାଦ ଉପୁଜିବାରେ ଲାଗିଛି । କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଥିବା ଏହି ବିବାଦରେ ଏବେ ଅନେକ ପକ୍ଷ ସାମ୍ନାକୁ ଆସିବାରେ ଲାଗିଛି । କାହା ନଜରରେ ଏହା ସମ୍ବାଧାନିକ ଅଧିକାର, ତ ଆଉ କେହି କେହି ମାନୁଛନ୍ତି ଯେ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପିନ୍ଧି ଆସିବା ଠିକ୍ ନୁହେଁ । ହେଲେ ପୁରା ଦୁନିଆରେ କିଛି ଏଭଳି ଦେଶ ରହିଛନ୍ତି ଯେଉଁଠାରେ ଅନେକ ବର୍ଷ ତଳୁ ସାର୍ବଜନିକ ସ୍ଥାନରେ ଚେହାର ଢାଙ୍କିବା, କିମ୍ବା ଇସଲାମିକ ନକାବ ଉପରେ ରୋକ ଲଗାଇଛନ୍ତି ।