କେବେଠୁ ଏବଂ କେଉଁଠି କରିବେ ସୁଭଦ୍ରା ପଞ୍ଜୀକରଣ, ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୩୧।୮: ସୁଭଦ୍ରା ଯୋଜନାନୁ ନେଇ ଆସିଲା ବଡ଼ ଖବର। ନୂଆ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ପାଇଁ ମହିଳାମାନେ କେବେଠୁ ଓ କେଉଁଠି ପଞ୍ଜୀକରଣ କରିବେ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ପ୍ରଭାତୀ କହିଛନ୍ତି, ଆସନ୍ତ କାଲିଠୁ ଅର୍ଥାତ୍‌ ରବିବାର ଠାରୁ ‘ସୁଭଦ୍ରା‘ ପଞ୍ଜୀକରଣ ଆରମ୍ଭ ହେବ। ସୁଭଦ୍ରା ପାଇଁ ଆବେଦନ କରିବାର ଫର୍ମ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ଏହି ଫର୍ମ ମିଳିବ। ଏଥିସହ ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଫର୍ମ ମିଳିବ। ଫର୍ମ ପୂରଣ କରିବା ପରେ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିହେବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Share