କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ ପଡିଥାଏ। ଯେମିତିକି କେତେବେଳେ ଖାଇବେ, କେଉଁ ଦିଗକୁ ମୁହଁ କରି ଖାଇବେ ଏମିତି ଅନେକ କିଛି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ଖାଇଲେ କି ଫଳ ମିଳିଥାଏ…

* ଶାସ୍ତ୍ର ଅନୁଯାୟୀ, ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ସବୁଠାରୁ ଉତ୍ତମ ହୋଇଥାଏ। କାରଣ ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ମାନସିକ ଚାପ ଦୂର ହେବା ସହିତ ଖାଦ୍ୟ ଭଲଭାବେ ହଜମ ହୁଏ। ଯଦ୍ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ।

* ସେହିପରି ଯେଉଁମାନଙ୍କର ପାଚନ ଜନିତ ସମସ୍ୟା ରହିଛି, ସେମାନେ ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଉତ୍ତମ ହୋଇଥାଏ।

* ଅନ୍ୟପକ୍ଷେ ଧନ, ବିଦ୍ୟା ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ କରିବାକୁ ଚାହୁଁଥିଲେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଭଲ। କ୍ୟାରିୟର ସଚେତନ ଯୁବପିଢି ଓ ବିଦ୍ୟାର୍ଥୀ ମଧ୍ୟ ଏହି ଦିଗକୁ ମୁହଁ କରି ଭୋଜନ କରିବା ଶୁଭଦାୟକ ହୋଇଥାଏ।

* ପଶ୍ଚିମ ଦିଗକୁ ଲାଭର ଦିଗଭାବେ ବିବେଚନା କରାଯାଏ। ବ୍ୟବସାୟ, ଚାକିରି କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ଏହି ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ହୋଇଥାଏ।

* କିନ୍ତୁ ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଆଦୌ ଠିକ୍‌ ନୁହେଁ। କାରଣ ଏହା ଯମରାଜଙ୍କର ଦିଗ ଅଟେ। ଏହି ଦିଗକୁ ମୁହଁ କରି ଖାଇଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ସହ ଯେଉଁମାନଙ୍କର ମାତାପିତା ଜୀବିତ ଅଛନ୍ତି ସେମାନଙ୍କ ପ୍ରତି ବି ବିପଦ ଥାଏ ବୋଲି ବିଶ୍ୱାସ ରହିଛି।