Categories: ଖେଳ

ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌: ଆଇସିସି କଲା ଘୋଷଣା

ନୂଆଦିଲ୍ଲୀ,୨୮।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ। ତେବେ ଏହି ଫାଇନାଲକୁ ନେଇ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ୍‌ର ଫଳାଫଳକୁ ନେଇ ବେଶ୍‌ କିଛିଦିନ ହେବ ଆଲୋଚନା ଚାଲିଛି। ମ୍ୟାଚ୍‌ ଯଦି ଡ୍ର’ ହୁଏ ତେବେ ବିଜେତା କେଉଁ ଦଳକୁ ଘୋଷଣା କରାଯିବ ବୋଲି ପ୍ରଶ୍ନ ଉଠୁଥିଲା। ବିସିସିଆଇ ଆଇସିସିକୁ ଏକ ନିୟମ ବିଷୟରେ ପ୍ରଶ୍ନ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ଶୁକ୍ରବାର ଏହାର ନିଷ୍ପତ୍ତି ନିଆଯାଇଛି।
ଯଦି ମ୍ୟାଚ ଡ୍ର କିମ୍ବା ଟାଇ ରହିଥାଏ, ତେବେ ଉଭୟ ଦଳ ମିଳିତ ବିଜେତା ହେବେ। ଅର୍ଥାତ୍‌ ଏହି ଐତିହାସିକ ମ୍ୟାଚ ଉଭୟ ଭାରତ ଏବଂ ନ୍ୟୁଜିଲାଣ୍ଡ ମିଳିତ ବିଜେତା ହୋଇପାରିବେ। ଅନ୍ୟପକ୍ଷରେ, ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନିୟମିତ ଦିନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୁଏ ନାହିଁ, ତେବେ ସେହି ଦିନ ପାଇଁ ରିଜର୍ଭ ଡେ ରହିବ। ପୂରା ୫ ଦିନର ଖେଳ ପରେ ଯଦି କୌଣସି ସକାରାତ୍ମକ ଫଳାଫଳ ନ ଥାଏ, ତେବେ କୌଣସି ଅତିରିକ୍ତ ଦିନର ଖେଳ ହେବ ନାହିଁ ଏବଂ ଏପରି ପରିସ୍ଥିତିରେ ମ୍ୟାଚକୁ ଡ୍ର ଘୋଷଣା କରାଯିବ।

Share