Categories: ଫୁରସତ

ଭାରତର ଏହି ଗାଁକୁ କୁହାଯାଏ ‘ଅବିବାହିତମାନଙ୍କର ଗାଁ’, କାରଣ ବେଶ ଅଜବ…

ଭାରତରେ ଏଭଳି ଅନେକ ଗାଁ ରହିଛି ଯାହାକି ନିଜର ସ୍ବତନ୍ତ୍ରତାକୁ ନେଇ ପ୍ରସିଦ୍ଧ। ଗାଁର ଖାଦ୍ୟପେୟ, ଚାଲିଚଳନ, ପରିବେଶ, ସଂସ୍କୃତି ଏହାକ ବତନ୍ତ୍ର କରିଥାଏ। ହେଲେ ଆଜି ଆମେ ଆପଣଙ୍କୁ କହିବୁ ଭାରତରେ ଥିବା ‘ଅବିବାହିତମାନଙ୍କର ଗାଁ’ ବିଷୟରେ।

ବିହାରରେ କୈମୁରର ଅଧୌରା ଗାଁକୁ ‘ଅବିବାହିତମାନଙ୍କର ଗାଁ’ ବୋଲି କୁହାଯାଏ। ୨୦୧୭ରେ ଦୀର୍ଘ ୫୦ ବର୍ଷ ପରେ ଏହି ଗାଁରେ ବିବାହ ହୋଇଥିଲା। ଗାଁର ଲୋକସଂଖ୍ୟା ଦେଖିଲେ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଅଧିକାଂଶ ଲୋକ ଅବିବାହିତ ମିଳିବେ। ବିଜୁଳି, ପାନୀୟ, ଯୋଗାଯୋଗର ସୁବିଧା ନ ଥିବାରୁ ଏଠାରେ କେହି ବି ନିଜ ଝିଅକୁ ବିବାହ କରିବାକୁ ପସନ୍ଦ କରନ୍ତି ନାହିଁ। ସମସ୍ୟାର ସମାଧାନ ଲାଗି ଏହି ଗାଁର ଯୁବକମାନେ ପାହାଡକୁ କାଟି ରାସ୍ତା ବାହାର କରିଛନ୍ତି। ଫଳରେ ଏବେ ଗାଡିମୋଟର ଯାଆସ ହୋଇପାରୁଛି।

Share