Categories: ଜାତୀୟ

ଯେ କୌଣସି ସରକାର ଆସନ୍ତୁ, ଭାରତ ତୃତୀୟ ଅର୍ଥବ୍ୟବସ୍ଥା ହେବା ନିଶ୍ଚିତ: ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୨୭।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଦେଶ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ନିଶ୍ଚିତ ହୋଇଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବାକୁ ଯାଉଛି ଏବଂ ୨୦୨୪ ନିର୍ବାଚନ ପରେ କାହାର ବି ସରକାର ଗଠନ ହେଊ ଭାରତର ଅଗ୍ରଗତି ବନ୍ଦ ହେବ ନାହିଁ। ଏହାର ଶ୍ରେୟ ଭାଜପା ସରକାର ମିଛରେ ନେବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବରରେ ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିଲା। ସେହି କ୍ରମରେ ଆମେରିକା, ଚାଇନା, ଜାପାନ ଏବଂ ଜର୍ମାନୀ ଶୀର୍ଷ ଚାରିଟି ସ୍ଥାନ ଅଧିକାର କରିଛନ୍ତି ।

ଜୟରାମ ରମେଶ କହିଛନ୍ତି ଗାଣିତିକ ଅତ୍ୟାବଶ୍ୟକତା ଉପରେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେବା ହେଉଛି ମୋଦିଙ୍କର ବିଶେଷତା। ଏହି ଦଶନ୍ଧିରେ ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଭାରତର ଆର୍ବିଭାବ ବହୁ ଦିନରୁ ପୂର୍ବାନୁମାନ କରାଯାଇଛି ଏବଂ ଏହା ନିଶ୍ଚିତ ହୋଇଛି ଯିଏ ମଧ୍ୟ ପରବର୍ତ୍ତୀ ସରକାର ଗଠନ କଲେ ତାହା ହେବ ହିଁ ହେବ।

Share