Categories: ଫୁରସତ

ପାଣି ପିଉଥିବା ବେଳେ ଜିରାଫ ଉପରେ କୁଦି ପଡ଼ିଲେ ୨୦ ସିଂହ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ…

ଜଙ୍ଗଲର ରାଜା ହେଉଛି ସିଂହ। ଥରେ ଏହା ହାବୁଡ଼ରେ ଯିଏ ପଡ଼ିଛି ସେ ବର୍ତ୍ତିବା କଷ୍ଟକର। ଶିକାର ଲାଗି ଜଙ୍ଗଲରେ ଅନ୍ୟ ଜୀବଜନ୍ତୁଙ୍କ ସହ ସିଂହର ଲଢ଼େଇ ହେବା ସାଧାରଣ କଥା। ହେଲେ କିଛି ଏଭଳି ପ୍ରାଣୀ ଥାନ୍ତି ଯିଏ ଭାଗ୍ୟ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁ ଜଙ୍ଗଲର ରାଜା କବଳରୁ ନିଜକୁ ରକ୍ଷା କରିବାରେ ସଫଳ ହୁଅନ୍ତି। ଏବେ ଏଭଳି ଏକ ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି, ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବ।
ଭାଇରାଲ ଭିଡିଓରେ ଏକ ଜିରାଫ ପାଣି ପିଉଥିବା ଦେଖିବାକୁ ମିଳିବ। ସେତିକି ବେଳେ ତା ପାଖକୁ ସିଂହ ପଲ ଆସିଯାଉଛନ୍ତି। ବାସ ସିଂହମାନେ ଜିରାଫଟି ଉପରକୁ ଲମ୍ଫ କରି ଶିକାର କରିବାକୁ ଉଦ୍ୟତ ହେଉଛନ୍ତି। ହେଲେ ଜନ୍ତୁଟି ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ଜୀବନ ବଞ୍ଚାଇବାରେ ସଫଳ ହେଉଛି। ହେଲେ ସେମାନଙ୍କ ମଧ୍ୟରେ ଲଢ଼େଇକୁ ଦେଖି ଅନେକ ଚକିତ ହେଉଛନ୍ତି।
ୟୁଟ୍ୟୁବ୍‌ରେ ଭିଡିଓକୁ ବେଶ ପସନ୍ଦ କରାଯାଉଥିବା ବେଳେ ଲୋକେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, ମଣିଷକୁ ଜିରାଫ ଭଳି ଜୀବନରେ ଦୌଡ଼ିବା ଉଚିତ, ନଚେତ ବଞ୍ଚିବା କଷ୍ଟକର ହୋଇଯାଏ। ସେହିଭଳି ଆଉ ଜଣେ ଲେଖିଛନ୍ତି ‘ଆଜି ଭାଗ୍ୟ ଜିରାଫ ସହ ଥିଲା’। ଏଯାବତ ଏହାକୁ ହଜାର ହଜାର ଲୋକେ ଦେଖିଥିବା ବେଳେ ଅନେକେ ଶେୟାର ହୋଇସାରିଛି।
ଆପଣ ବି ଦେଖନ୍ତୁ ଭିଡିଓ:
Share