ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କରେଣ୍ଟ ଲାଗି ଟଳିପଡ଼ିଲେ ଦମ୍ପତ୍ତି

କୋରାପୁଟ,୨୧।୧(ଅମିତାଭ ବେହେରା): ସୋମବାର ବିଳମ୍ବିତ ରାତିରେ ନନ୍ଦପୁର ବ୍ଲକର ଗେରୁପୁଟ ଗ୍ରାମ ନିକଟ ଜଙ୍ଗଲରେ ବିଦ୍ୟୁତ ସ୍ପର୍ଶରେ ଏକ ଦମ୍ପତିଙ୍କ ମୃତ୍ୟୁୁ ହୋଇଥିବା ନନ୍ଦପୁର ଥାନା ପକ୍ଷରୁ ଜଣାଯାଇଛି। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଅଘଟଣ, ବବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ମଙ୍ଗଳବାର ସକାଳେ ଦୁଇ ମୃତ ଦେହ ଆଣି ବ୍ୟବଛେଦ ପାଇଁ ନନ୍ଦପୁର ସିଏଚସିକୁ ପଠାଇଥିବା ଜଣାଯାଇଛି। ମୃତକମାନେ ହେଲେ ଗେରୁପୁଟ ଗ୍ରାମର ବଳରାମ ଗାଲେଲ ଓ ବଲା ଗାଲେଲ।
ମିଳିଥିବା ସୂଚନା ଅନୁଯାୟୀ, ନନ୍ଦପୁର ହାଟ ପଦା ନିକଟରେ ଚା’ ଦୋକାନ କରନ୍ତି। ସୋମବାର ସନ୍ଧ୍ୟା ସମୟରେ କାଠ ଆଣିବା ପାଇଁ ଉଭୟ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଗାଁ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ। ଶେଷରେ ଜଙ୍ଗଲ ଭିତରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସହିତ ଉଭୟଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର ଓ...

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ

ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।...

୧୮ ବର୍ଷ ବୟସ ପୂର୍ବରୁ Instagram ବ୍ୟବହାର କରିବା ହେଲା କଷ୍ଟକର, Meta ନେଲା ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ଆଜିକାଲି ସବୁ ବୟସର ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। କିନ୍ତୁ ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ: ଥଣ୍ଡା ବଦଳରେ ବାହାରୁଛି ଗରମ ପାଣି

ଥୁଆମୂଳ ରାମପୁର,୨୧।୪(ଦୁର୍ଗା କୀର୍ତ୍ତି): ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମସନ୍ତୋଷ। ହେଲେ...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ମଝି ରାସ୍ତାରେ ବୁଲାଇଲେ ଫାର୍ସା ,ପୋଲିସ ବାଡ଼ି ଛଡ଼ାଇ ଦୌଡ଼ିଲାଳ ବେଳେ…

ପାରାଦୀପ, ୨୧।୪: ବିଚ ରାସ୍ତାରେ ଫାର୍ସା ଧରି ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଏଭଳି ଘଟଣା ଘଟିଛି କଟକ-ପାରାଦୀପ ରାସ୍ତା କୁଜଙ୍ଗ ବଳରାମପୁରରେ । ଫାର୍ସା ବୁଲାଇବାରୁ...

ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ମାରାଥନ ଜେରା

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ୧୨ ତାରିଖ ସକାଳେ କୋଟିନଡା ଗ୍ରାମର ଟ୍ରାନ୍ସଜେଣ୍ଡର ଅଜିତ...

ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ବିକ୍ଷୋଭ

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର): ଦେଶର ସଂସଦ ଦ୍ୱାରା ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଅତ୍ୟାଚାର, ହିଂସା, ପୋଡାଜଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image