ଚାଇନାରେ ଗାଁ ମୁହାଁ ହେଲା କୋଭିଡ୍‌

ବେଜିଂ,୨୫ା୧୨: ଚାଇନା ସହରାଞ୍ଚଳରେ ଦୈନିକ ଲକ୍ଷ ଲକ୍ଷ ଲୋକ କୋଭିଡ୍‌ ସଂକ୍ରମିତ ହେଉଥିବାବେଳେ ଏବେ ଗ୍ରାମାଞ୍ଚଳକୁ ମହାମାରୀ ବ୍ୟାପିଛି। ପ୍ରବାସୀ ଶ୍ରମିକମାନେ ସହରାଞ୍ଚଳରୁ ନିଜ ଗାଁକୁ ଫେରୁଥିବାରୁ ଏବେ କୋଭିଡ୍‌ ଗାଁମୁହାଁ ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ଆରମ୍ଭ ହୋଇଯାଇଥିବାବେଳେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବା ଆଶଙ୍କା କରାଯଉଛି। ସୋସିଆଲ ମିଡିଆ ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ଥିବା ଅନେକ କ୍ଲିନିକ୍‌ରେ ଏବେ ରୋଗୀ ଭର୍ତ୍ତି ହୋଇଗଲେଣି। ଚାଇନା ସରକାର ଚଳିତ ମାସ ଆରମ୍ଭରେ କୋଭିଡ୍‌ କଟକଣା ହଟାଇଦେବା ପରେ ଲୋକେ ଅବାଧ ଯାତାୟାତ କରୁଛନ୍ତି।

ଆସନ୍ତା ମାସରେ ଚାନ୍ଦ୍ର ନବବର୍ଷ ଛୁଟି ଥିବାରୁ ଲକ୍ଷ ଲକ୍ଷ ପ୍ରବାସୀ ଗାଁକୁ ଫେରିବେ। ଫଳରେ ଗ୍ରାମାଞ୍ଚଳରେ ରହୁଥିବା ୫୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ପ୍ରତି ସଂକ୍ରମଣ ଭୟ ସୃଷ୍ଟି ହୋଇଛି। ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୀମିତ ହୋଇଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଇଣ୍ଟରନେଟ ହସ୍ପିଟାଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଏହାଦ୍ୱାରା ସଂକ୍ରମିତ ଲୋକେ ମେଡିକାଲ ସହାୟତା ନେଇପାରିବେ ଏବଂ ହସ୍ପିଟାଲ ଓ କ୍ଲିନିକ୍‌ଗୁଡ଼ିକରେ ରୋଗୀ ଭିଡ଼ ହ୍ରାସ ପାଇପାରିବ। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଦୁର୍ବଳ। ଏହା ସାଙ୍ଗକୁ ଔଷଧ ଓ କେଡିକାଲ କର୍ମଚାରୀଙ୍କ ଅଭାବ ରହିଥିବାରୁ ଏହା ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଗ୍ଲୋବାଲ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି। ଗ୍ରାମାଞ୍ଚଳର ମେଡିକାଲ ସିଷ୍ଟମ ଡବଲ୍‌ ଝଟ୍‌କାର ସମ୍ମୁଖୀନ ହୋଇପାରେ ବୋଲି ଉହାନ୍‌ ୟୁନିଭର୍ସିଟି ପ୍ରଫେସର ଲୁ ଡେଓ୍ବେନ୍‌ ସୋସିଆଲ ମିଡିଆରେ ଲେଖିଛନ୍ତି। ଲକ୍‌ଡାଉନ୍‌, ଲୋକମାନଙ୍କ ଯାତାୟତ ଉପରେ କଟକଣା ଯୋଗୁ ଗ୍ରାମାଞ୍ଚଳରେ ୩ ବର୍ଷ ହେଲା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲା। ଆଗକୁ ସ୍ପ୍ରିଙ୍ଗ୍‌ ଫେଷ୍ଟିଭାଲ ଥିବାରୁ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବ ବୋଲି ଲୁ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଗତ ମଙ୍ଗଳବାର ଚାଇନାରେ ପାଖାପାଖି ୩.୭ କୋଟି ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ସଂକ୍ରମଣ ଆରମ୍ଭ ହେବାଠାରୁ ଏହା ସର୍ବାଧିକ ବୋଲି କୁହାଯାଉଛି। ଚଳିତ ମାସର ପ୍ରଥମ ୨୦ ଦିନରେ ମୋଟ ୨୪.୮ କୋଟି ଲୋକ ମହାମାରୀ ଆକ୍ରାନ୍ତ ହୋଇଛନ୍ତି, ଯାହା ମୋଟ ଜନସଂଖ୍ୟାର ୧୭.୫୬ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

ପାକିସ୍ତାନରେ କେତେ ଆତଙ୍କୀ ରହୁଛନ୍ତି ପାକ୍‌ ସେନା ନିଜେ କଲା ଖୁଲାସା, କହିଲା ପ୍ରତ୍ୟେକ କୋଣ ଅନୁକୋଣରେ…

ଇସଲାମାବାଦ,୬ା୯: ଭାରତରେ ଆତଙ୍କବାଦ ସୃଷ୍ଟି କରୁଥିବା ପାକିସ୍ତାନ ସବୁବେଳେ ଅସ୍ବୀକାର କରେ ଯେ, ଆତଙ୍କବାଦୀଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ବର୍ତ୍ତମାନ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri