Posted inଜାତୀୟ

ମୋଦି ଅଭିଭାଷଣଦେବାବେଳେ ରାଗିଗଲେ ବାଚସ୍ପତି, କହିଲେ…

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ମୋଦି ଭାଷଣ ଦେବାବେଳେ ବହୁ ବିରୋଧୀ ଏମପି ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେଇଛନ୍ତି।

ମୋଦି ତାଙ୍କ ଅଭିଭାଷଣରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ କିଛି ଲୋକଙ୍କ ଯନ୍ତ୍ରଣା ବୁଝୁ ପାରୁଛୁ। ଏହି ସମୟରେ ଗୃହରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାପରେ ପରିସ୍ଥିତି ଏପରି ହୋଇଥିଲା ଯେ, ମୋଦି ତାଙ୍କ ଆସନରେ ବସି ପଡିଥିଲେ। ଲୋକ ସଭା ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ରାଗିଯାଇ ବିରୋଧୀ ନେତାଙ୍କୁ ଗୃହରେ ଶାନ୍ତି ରଖିବାକୁ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆସନରେ ବସି ପଡିବାରୁ ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ତାଗିଦ କରିଥିଲେ। ସେ କହିଛନ୍ତି, ଭୁଲ ଉପାୟରେ ଆପଣ ପ୍ରତିବାଦ କରୁଛନ୍ତି। ଆପଣଙ୍କ ନେତାଙ୍କୁ ବସିବାକୁ କୁହନ୍ତୁ। ଆପଣ କେଉଁ ପ୍ରକାରର ବିରୋଧୀ ନେତା? ଏହା ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ। ଏହା ପରେ ବାଚସ୍ପତି ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଗଡ଼ ଗୁଜରାଟ ଯିବେ ରାହୁଲ

ନୂଆଦିଲ୍ଲୀ,୪।୭: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର ଏମପି ରାହୁଲ ଗାନ୍ଧୀ ଶନିବାର (୬ ଜୁଲାଇ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼...

ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ

ହାଥରସ,୭।୪: ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲାର ୭୨ ଘଣ୍ଟା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ୬ଜଣ ଆୟୋଜକ ବୋଲି...

ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ...

ହଠାତ୍‌ କାହିଁକି ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୪।୭: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶର...

ତୃତୀୟଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍‌

ରାଞ୍ଚି,୪।୭: ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ୍‌ ଶପଥ ନେଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ରାଜ ଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି। ୫ ମାସ...

ଏହି ଦିନ ରୁଷିଆ ଗସ୍ତରେ ଯିବେ ମୋଦି: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୮-୧୦ରେ ରୁଷିଆ ଫେଡେରେଶନ ଏବଂ ଅଷ୍ଟ୍ରିଆ ରିପବ୍ଲିକକୁ ଏକ ସରକାରୀ ଗସ୍ତ କରିବେ। ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର...

ହଠାତ୍‌ ଶ୍ରମିକଙ୍କ ନିକଟରେ ପହଞ୍ଚି ସୁଖ ଦୁଃଖ ବୁଝିଲେ ରାହୁଲ

ନୂଆଦିଲ୍ଲୀ,୪।୭: ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କିଙ୍ଗସୱେ କ୍ୟାମ୍ପରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧୀ କିଙ୍ଗସୱେ କ୍ୟାମ୍ପର ଲେବର ଚୌକରେ କେତେଜଣ ଶ୍ରମିକଙ୍କୁ ଭେଟିଥିଲେ।...

ମୋଦିଙ୍କୁ ବଡ଼ ଉପହାର ଦେଲେ ଜୟ ଶାହା: ଏଥିରେ ଲେଖାଅଛି…

ନୂଆଦିଲ୍ଲୀ,୪।୭: ବାର୍ବାଡୋସ୍‌ରୁ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତ ଫେରିଥିବା ଟିମ ଇଣ୍ଡିଆ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି। ଏହି ସମୟରେ ତାଙ୍କୁ ଟିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri