Categories: ଫୁରସତ

ମା’ଙ୍କ ସହ ଖେଳୁ ଖେଳୁ ହଠାତ୍‌ ହେଲା ବଡ଼ ବିସ୍ଫୋରଣ, ଦେଖିଲେ ଟାଙ୍କୁରି ଉଠିବ ଲୋମ

ଛୋଟ ପିଲାଙ୍କୁ ନେଇ ତାଙ୍କ ବାପା ମା’ ସତର୍କ ହେବା ଆବଶ୍ୟକ। ପିଲାମାନଙ୍କ ସହିତ ଟିକିଏ ଅସାବଧାନତା ହେଲେ  ସେମାନଙ୍କ ପାଇଁ ବିପଦଜନକ ହୋଇପାରେ ।
ସୋସିଆଲ ମିଡିଆରେ ଏଭଳି ଏକ  ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେଉଛି। ଏହି ଭିଡିଓ ବର୍ତ୍ତମାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ଲୋକମାନେ ଏହି ଘଟଣାକୁ ଏକ ଆଲାର୍ମ ଘଣ୍ଟି ବୋଲି କହୁଛନ୍ତି। ଯାହା ଦେଖି ଲୋକମାନେ ସଚେତନ ହେବା ଜରୁରୀ।

ଇନଷ୍ଟାଗ୍ରାମରେ ମାମ୍ମାଶିଝାନ୦୭୮୬ ଆକାଉଣ୍ଟରେ ଶେୟାର ହୋଇଥିବା ଏହି ଭିଡିଓରେ ଦେଢ଼ ବର୍ଷର ପିଲା ଏକ ବଡ ବଲ ସହିତ ଖେଳୁଥିବା ଦେଖିବାକୁ ମିଳିଛ। ପାଖରେ ବସିଥିବା ତାଙ୍କ ମା’ କିଛି ଇଲେକ୍ଟ୍ରୋନିକ ଉପକରଣ ସହିତ ଟେବୁଲ ଉପରେ କିଛି କାମ କରୁଛନ୍ତି । ମା’କୁ ଦେଖି ପୁଅ ତାଙ୍କ ଆଡ଼କୁ ଆସୁଛି। ପରେ ମା’ଙ୍କ ସହିତ ଖେଳିବା ପାଇଁ ବଲ ଫିଙ୍ଗିଦିଏ । ଏହି ସମୟରେ ହଠାତ ଏକ ବିସ୍ଫୋରଣ ଘଟି ନିଆଁ ବାହାରିଲା।  ନିଆଁରେ ଫସିଯାଇଥିବା ମା’ ଦୌଡ଼ି ପଳାଇଥିବା ବେଳେ ପୁଅ ଖସି ପଡିଥିଲା। ତାଙ୍କ ବାପା ଆସି ତାଙ୍କୁ ଉଠାଉଛନ୍ତି।

Share