ମହାରାଷ୍ଟ୍ରରେ ରାଲି କରୁଥିବାବେଳେ ହଠାତ୍‌ ଗୋବିନ୍ଦାଙ୍କ ଛାତିରେ ହେଲା ଯନ୍ତ୍ରଣା, ତା’ ପରେ…

ମୁମ୍ବାଇ,୧୭।୧୧:ପୁଣି ଅସୁସ୍ଥ ହେଲେ ବଲିଉଡ ଅଭିନେତା ଗୋବିନ୍ଦା । ଶନିବାର ଦିନ ମହାରାଷ୍ଟ୍ରର ଜାଲଗାଓଁ ଜିଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯାଇଥିଲା। ସେ ସେତେବେଳେ ମହାୟୁତି ମହାମେଣ୍ଟ ପାଇଁ ଏକ ରୋଡ ଶୋ’ କରୁଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ହଠାତ୍‌ ବିଗିଡିବା ପରେ ଗୋବିନ୍ଦା ରୋଡ ଶୋ ଛାଡି ମଧ୍ୟ ମୁମ୍ବାଇ ଫେରିଥିଲେ। ଗୋବିନ୍ଦାଙ୍କ ଏପରି ଅବସ୍ଥା ଦେଖି ସେଠାରେ ଆତଙ୍କ ଖେଳିଯାଇଥିଲା। କୁହାଯାଉଛି ଯେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଗୋବିନ୍ଦାଙ୍କ ନିକଟତମ ବ୍ୟକ୍ତି କହିଛନ୍ତି ଯେ ଅଭିନେତା ବର୍ତ୍ତମାନ ଭଲ ଅଛନ୍ତି। ସେ ଥକି ଯାଇଥିଲେ ଏବଂ ଅସହଜ ଅନୁଭବ କରୁଥିଲେ । ତେବେ ଗୋବିନ୍ଦାଙ୍କଠାରୁ କୌଣସି ଅଫିସିଆଲ ଖବର ମିଳିନାହିଁ ।

ପିଙ୍କଭିଲା ଅନୁସାରେ, ଗୋଲବିନ୍ଦ ଜାଲଗାଓଁର ମୁକଟେନଗର, ବୋଡୱାଡ, ପାଚୋରା ଏବଂ ଚୋପ୍ରା ଠାରେ ମହାୟୁତି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ରୋଡ ଶୋ ସମୟରେ ସେ ଜନତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବାକୁ ଏବଂ ଶାସକ ଦଳକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗଦେବା ପରେ ଗୋବିନ୍ଦା ପୁନର୍ବାର ରାଜନୀତିରେ ପ୍ରବେଶ କରିଥିଲେ।

ମହାରାଷ୍ଟ୍ରର ସମସ୍ତ ୨୮୮ ଟି ଆସନ ପାଇଁ ନଭେମ୍ବର ୨୦ ରେ ମତଦାନ ହେବାକୁ ଯାଉଛି। ନଭେମ୍ବର ୨୩ ରେ ଭୋଟ ଗଣନା ହେବ ।


Enter your email to get our daily news in your inbox.

All Right Reserved By Dharitri.Com

୪ ସଭା ରଦ୍ଦ କରି ନାଗପୁର ନ ଯାଇ ଦିଲ୍ଲୀ ପହଞ୍ଚିଲେ ଶାହା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ପାଇଁ ରବିବାର(୧୭ ନଭେମ୍ବର ୨୦୨୪) ହେବାକୁ ଥିବା ସାଧାରଣ ସଭା ତଥା ବୈଠକକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ଏଏପିକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ କୈଳାଶ ଗେହଲୋଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଅଟଳ ସରକାରରେ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ।...

‘ହାଲୋ, ମୁଁ ଲଶ୍କରର CEO କହୁଛି’…ଆର୍‌ବିଆଇକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର ଗ୍ରାହକ ସେବା(କଷ୍ଟମର କେୟାର) ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର...

ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ, କହିଲେ ନ୍ୟାୟ ଦେବା ବଦଳରେ…

ନୂଆଦିଲ୍ଲୀ,୧୭।୧୧: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଡି ଓ୍ବାଇ ଚନ୍ଦଚୂଡଙ୍କୁ ଟାର୍ଗେଟ କରିଛନ୍ତି। ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇ ସେ ସୁପ୍ରିମକୋର୍ଟର ପୂର୍ବତନ...

ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍‌ ୟୁନିଭର୍ସ ୨୦୨୪ର ଓ୍ବିନର

ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ...

ମଣିପୁର ନା ଗୋଟିଏ ଥିଲା, ନା ଏହା ସୁରକ୍ଷିତ ଥିଲା, ହିଂସାକୁ ନଇ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୧୧: ମଣିପୁରରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ରାଜ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି। ଏହା ପରେ...

ହନୁମାନ ଚାଳିଶା ପଢିବା ପାଇଁ ହିନ୍ଦୁମାନଙ୍କୁ ମିଳୁ ଛୁଟି: ଆସାମ ମୁଖ୍ୟମନ୍ତ୍ରୀ

ଦିସ୍‌ପୁର,୧୭।୧୧: ସ୍କୁଲ ଶୁକ୍ରବାର ଛୁଟି କରିବା ପାଇଁ ପୁଣି ମୁଣ୍ଡ ଟେକିଲା ବିବାଦ। ଝାଡଖଣ୍ଡରେ ହେମନ୍ତ ସରକାର ଶୁକ୍ରବାର ମୁସଲମାନମାନଙ୍କୁ ସ୍କୁଲରେ ନମାଜ ପାଇଁ ଛୁଟି...

ଅଭିଷେକଙ୍କୁ ଶୋ’କୁ ଡାକି ଭୁଲ ହୋଇଯାଇଛି, ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି କାହିଁକି ଅନୁତାପ କଲେ ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ ସୋ ‘କୌନ ବନେଗା କରୋଡପତିର -୧୬’ ବିଶେଷ ହେବାକୁ ଯାଉଛି। କାରଣ ଏଥିରେ ବିଗ ବି’ଙ୍କ ଏକମାତ୍ର ପୁଅ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri