Advertisement

ଜାଗର ଜାଳି ଫେରୁଥିବାବେଳେ ୨୦ଫୁଟ ବ୍ରିଜ ଉପରୁ ଖସିପଡିଲେ ୩ଯୁବକ, ଚାଲିଗଲା ଜୀବନ

କୋରାପୁଟ,୨୭।୨(ଅମିତାଭ ବେହେରା ): ଶିବରାତ୍ରି ଯାତ୍ରା ଦେଖି ଫେରୁଥିବା ବେଳେ ବଡ଼ ଅଘଟଣ। ଭାରସାମ୍ୟ ହରାଇ କୋଡିଏ ଫୁଟ ବ୍ରିଜ ତଳକୁ ଖସି ପଡିଲେ ବାଇକ ଆରୋହୀ। ବାଇକ୍‌ରେ ୩ଜଣ ଥିବାବେଳେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଖରା ଏବଂ ଗଙ୍ଗାଧର ଗେମେଲ। ଗୁରୁତର ଜଣକ ହେଲେ ତ୍ରିପତି ଖରା। ଗୁରୁତରଙ୍କୁ ପାଡୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର ପଟାଙ୍ଗି ଅଞ୍ଚଳର ବୋଲି ସୂଚନା ମିଳିଛି।ପାଡୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିବା ସହ ଗୁରୁତର ଜଣଙ୍କୁ ସ୍ଥାନୀୟ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି.

ସୂଚନାଥାଉ କି, କୋରାପୁଟ ଚାଟୁଆ ନିକଟସ୍ତ ଆନ୍ଧରିଘାଟ ବ୍ରିଜ ନିକଟରେ ଏପରି ମର୍ମନ୍ତୁଦ ଘଟଣା ଘଟିଛି। ସୂଚନା ମୁତାବକ ତିନି ଜଣ ଗୋଟିଏ ବାଇକରେ ଚାଟୁଆ ଗାଁକୁ ଶିବରାତ୍ରି ଦେଖିବାକୁ ଆସିଥିଲେ। ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ତିନି ଜଣ ବ୍ରିଜ ତଳକୁ ଖସି ପଡ଼ିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel