ପୁରୀରୁ ଫେରୁଥିବାବେଳେ ରାସ୍ତା ତଳକୁ ଖସିଗଲା ବସ୍‌, ଭିତରେ ଥିଲେ ୫୫ଜଣ ତୀର୍ଥଯାତ୍ରୀ

ପଦ୍ମପୁର,୧୪।୪: ପୁରୀରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଏକ ବସ ଓଲଟି ପଡ଼ିଛି। ସବରେ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀ ଥିଲେ। କିନ୍ତୁ ସେମାନଙ୍କ ଭିତରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ସୁଲିଆ ଗ୍ରାମ ନିକଟରେ ଘଟିଛି ଏପରି ଦୁର୍ଘଟଣା। ବସଟି ଛତିଶଗଡ଼ର ବଲୋଦା ବଜାର ଅଞ୍ଚଳର ପାଖାପାଖି ୫୫ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା। ସେମାନେ ପୁରୀରେ ଦର୍ଶନ ସାରି ବରଗଡ଼ ଶ୍ରୀନୃସିଂହନାଥ ମନ୍ଦିର ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ପ୍ରାୟ ୫ଟା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ଓଲଟି ପଡିଥିଲା। ତେବେ କେହି ଗୁରୁତର ଆହତ ହୋଇନାହାନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Share