ସ୍କୁଲରୁ ଫେରୁଥିବାବେଳେ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ବଳାତ୍କାର

କେନ୍ଦୁଝର, ୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଏକ ସ୍କୁଲରୁ ଛୁଟି ପରେ ଫେରୁଥିବା ଜଣେ ଛାତ୍ରୀ(୧୩)ଙ୍କୁ ବଳାତ୍କାର କରାଯାଇଚି। ଏ ନେଇ ପୀଡ଼ିତା ବାଂଶପାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଶନିବାର ମଧ୍ୟାହ୍ନ ୧୨ଟାରେ ଶ୍ରେଣୀ ପରୀକ୍ଷା ସାରି ଛାତ୍ରୀ ଜଣକ ସ୍କୁଲ ଛୁଟି ପରେ ସାଙ୍ଗଙ୍କ ସହ କଲଣ୍ଡାସ୍ଥିତ ନିଜ ଭିଣୋଇଙ୍କ ଘରକୁ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ଯୁବକ ଶକ୍ତି କାର୍ଜୀ ତାଙ୍କୁ ଅନୁସରଣ କରୁଥିଲେ। ସାଙ୍ଗମାନେ ଟିକେ ଆଗକୁ ପଳାଇଯିବାର ସୁଯୋଗ ନେଇ ଅଭିଯୁକ୍ତ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ବଳାତ୍କାର କରିଥିଲେ। ଚିତ୍କାର ଶୁଣି ପାଖରେ ଥିବା ଲୋକେ ଆସିଯିବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କ ଏତଲାକ୍ରମେ ଏକ ମାମଲା(ନଂ. ୨୦୦/୨୦୨୪) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ରବି ଶଙ୍କର ବୈଶ କହିଛନ୍ତି। ଜଣେ ଆଦିବାସୀ ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦଣ୍ଡ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ଗଡ଼ିବ ବସ୍‌ : ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲେ….

ଭୁବନେଶ୍ୱର,୭।୧୦: ଆଉ ହେବନି ବସ୍‌ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ କରିନେଲେ ଘରୋଇ ବସ୍‌ ମାଲିକ ସଂଘ। ଦକ୍ଷିଣ ଓ...

OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ, ତ୍ରୁଟି ଅଭିଯୋଗ ଆଣି ଅଧିକାରୀଙ୍କ…

ଭୁବନେଶ୍ୱର,୭ା୧୦: OSSSC ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ପରୀକ୍ଷାର୍ଥୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ...

ଉପକୂଳରେ ପ୍ରବଳ ବର୍ଷା: ୩ ଘଣ୍ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିବ

ଭୁବନେଶ୍ୱର,୭।୧୦: ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଉପକୂଳର ଓଡ଼ିଶାର ୭ ଜିଲାକୁ ସତର୍କ ସୂଚନା ଜାରି ହୋଇଛି। ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ: ଚାଲିଛି ମାନସ ମନ୍ଥନ

ଭୁବନେଶ୍ୱର,୭।୧୦: ବସ୍‌ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିଛି। ପରିବହନ ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ ହୋଇଛି। ସନ୍ଧ୍ୟା...

ଉଜୁଡ଼ିବ ୨ ଶହ ଏକର ଚାଷଜମି, ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ନଜର ପଡୁନି

ଜୁନାଗଡ଼,୭।୧୦(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବାଗଡୁଙ୍ଗରୀ ଓ ଭେଜିପଦର ଗ୍ରାମକୁ କେନାଲ ପାଣି ସଠିକ୍‌ ଭାବରେ ପହଞ୍ଚି ପାରୁ ନାହିଁ। ଯାହାଫଳରେ...

ହିଲଭିୟୁରେ ଟୟ ଟ୍ରେନ୍‌

ଦାରିଙ୍ଗବାଡି, ୭/୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଏକ ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପରିଚିତ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri