Advertisement

ବାରଣ୍ଡାରେ ବସିଥିବାବେଳେ ମାଡ଼ିଗଲା ଅଟୋ, ୩ ଗୁରୁତର

ରାଇକିଆ,୫ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବାସନ୍ତୀ ପଲ୍ଲୀ ଛକ ନିକଟରେ ରବିବାର ଅପରାହ୍ନରେ ଘର ବାରଣ୍ଡା ଉପରକୁ ଅଟୋ ମାଡ଼ି ଯାଇ ୩ ଜଣ ଗୁରୁତର ହୋଇଛନ୍ତି। ଏକ ଡାଲା ଅଟୋ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଘର ବାରଣ୍ଡା ଉପରକୁ ମାଡ଼ି ଯାଇଥିଲା। ଫଳରେ ବାରଣ୍ଡାରେ ବସିଥିବା ତିନିଜଣ ବ୍ୟକ୍ତି ଫ୍ରାଞ୍ଚିସ୍‌ ମୁଣ୍ଡା, ମୋହନ ମହାରଣା, ରବି ପଣ୍ଡାଙ୍କୁ ଧକ୍କା ଦେଇଥିଲା ଅଟୋ। ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଫୁଲବାଣୀ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share