Advertisement

ବ୍ରାଉନସୁଗାର ବିକ୍ରି ପାଇଁ ଛିଡ଼ା ହୋଇଥିବା ବେଳେ ବାନ୍ଧିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ଅବକାରୀ ବିଭାଗ ମଙ୍ଗଳବାର ମଧ୍ୟାହ୍ନରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ୫୫ନଂ ଜାତୀୟ ରାଜପଥର ବଳଦିଆ ବନ୍ଧ ଛକରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ବଳଦିଆ ବନ୍ଧ ଗ୍ରାମର ବିଷ୍ଣୁ ଚରଣ ସାହୁଙ୍କୁ ଗିରଫ କରାଯାଇଛି। ତେବେ ବିଷ୍ଣୁ ବ୍ରାଉନସୁଗାର ଧରି ୫୫ନଂ ଜାତୀୟ ରାଜପଥ ଉପରେ ଛିଡ଼ା ହୋଇଥିବା ଖବର ପାଇ ଅବକାରୀ ବିଭାଗ ତାଙ୍କୁ ଧରିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share