ମୋବାଇଲରେ ବ୍ୟସ୍ତ ଥିଲେ ମା-ବାପା, ଖଟରୁ ପଡ଼ି ଶିଶୁକନ୍ୟାର ଜୀବନ ଗଲା

ମା-ବାପା ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ବେଳେ ବିଛଣାରୁ ପଡ଼ି ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏପରି ଦୁଃଖଦାୟକ ଘଟଣା ଘଟିଛି ସ୍କଟ୍‌ଲାଣ୍ଡର ଉତ୍ତର ଲନାର୍କଶେୟାର ସହରରେ। ଏଠାରେ ଜଣେ ୧୯ ମାସର ଶିଶୁକନ୍ୟା ଖଟ ଉପରେ ଶୋଇଥିବା ବେଳେ ଏହି ସମୟରେ ମା-ବାପା ମୋବାଇଲ୍‌ରେ ବସି ଗେମ୍‌ ଖେଳୁଥିଲେ। ସେମାନେ ଏତେ ବ୍ୟସ୍ତ ଥିଲେ ଯେ, ପିଲା ଶୋଇଥିବା କଥା ଭୁଲି ଯାଇଥିଲେ। ଗେମ୍‌ ଖେଳିବା ସହ ଟିଭି ବି ଦେଖୁଥିଲେ। କେତେବେଳେ ଶିଶୁକନ୍ୟାଟି ଖଟରୁ ଖସି ପଡ଼ିଥିଲା ସେମାନେ ଜାଣପାରି ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଆଉ ଟିଭି ଦେଖିବା ପରେ ସକାଳ ୬.୩୦ ପର୍ଯ୍ୟନ୍ତ ଶୋଇ ପଡ଼ିଥିଲେ। ପରେ ଉଠି ଦେଖିଲା ବେଳକୁ ଶିଶୁକନ୍ୟାଟି ତଳେ ପଡ଼ିଥିଲା। ପରେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

୨୭ ବର୍ଷୀୟ ମାଇକେଲ କନରାୟ ଏବଂ ତାଙ୍କ ସ୍ତ୍ରୀ କୀର୍ଷ୍ଟି ବୟଲ ପରସ୍ପରକୁ ଦୋଷାରୋପ କରୁଛନ୍ତି। କିନ୍ତୁ କ୍ରୀର୍ଷ୍ଟି ସ୍ବାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷରେ ମାଇକେଲ ନିଜର ଦୋଷ ସ୍ବୀକାର କରିବା ସହ କହିଛନ୍ତି, ମୋ ସ୍ତ୍ରୀ ମୋତେ ଅନେକ ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରନ୍ତି। ଯେଉଁଥିପାଇଁ ଆଜି ପିଲାଟିର ଜୀବନ ଗଲା।

Share