Categories: ଜାତୀୟ

ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବାବେଳେ ସାମ୍ନାରେ ବସିଥିଲେ ରାହୁଲ ଗାନ୍ଧୀ, ଟାର୍ଗେଟ କରି ମୋଦି କହିଦେଲେ ଏମିତି…

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପଟେ ବିକଶିତ ଭାରତ ବିଷୟରେ ଖୋଲାଖୋଲି ଭାବେ କହିଥିବାବେଳେ ଅନ୍ୟପକ୍ଷରେ ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଲାଲିକଲ୍ଲାରେ ପହଞ୍ଚିଛନ୍ତି। ତେବେ ତାଙ୍କ ଉପସ୍ଥିତିରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି।

ମୋଦି କହିଛନ୍ତି, ପୂର୍ବରୁ ଲୋକମାନେ କିଛି ପରିବର୍ତ୍ତନ ଚାହୁଁଥିଲେ। କିନ୍ତୁ ଆମେ ରାଜନୀତି କରି କାମ କରୁନାହୁଁ, ଆମେ ଦେଶକୁ ପ୍ରଥମେ ଧ୍ୟାନରେ ରଖି କାର୍ଯ୍ୟ କରୁଛୁ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ କିନ୍ତୁ ସେମାନଙ୍କର ଆକାଂକ୍ଷାକୁ ଧ୍ୟାନ ଦିଆଯାଇ ନ ଥିଲା। ଆମେ ତୃଣମୂଳ ସ୍ତରରେ ପ୍ରମୁଖ ସଂସ୍କାର ଆଣିଥିଲୁ। ସଂସ୍କାର ପ୍ରତି ଆମର ପ୍ରତିବଦ୍ଧତା ସାମୟିକ ପ୍ରଶଂସା କିମ୍ବା ବାଧ୍ୟତାମୂଳକ ନୁହେଁ, ବରଂ ଦେଶକୁ ମଜବୁତ କରିବାର ସଂକଳ୍ପ।

Share