ଇସଲାମାବାଦ,୮।୩: ଆଜି ସାରା ଦେଶରେ ହୋଲି ପର୍ବ ପାଳନ କରାଯାଉଛି। ଏହି ସମୟରେ ଦେଶର ନେତା ଏବଂ ବିଦେଶର ନେତାମାନେ ହୋଲିଙ୍କ ଉତ୍ସବରେ ଶୁଭେଚ୍ଛା ଜଣାଉଛନ୍ତି। ଇତି ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ହୋଲି ଅବସରରେ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରୋଲର ଶିକାର ହୋଇଛନ୍ତି। ବାସ୍ତବରେ ନୱାଜ ସରିଫ ସୋସିଆଲ ମିଡିଆରେ ହୋଲି ଅବସରରେ ଅଭିନନ୍ଦନ ଜଣାଇଥିଲେ।
୬ ମାର୍ଚ୍ଚ ୨୦୨୩ରେ ନୱାଜ ସରିଫ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍ କରି ଲେଖିଥିଲେ ଯେ,ହୋଲି ପର୍ବର ଶୁଭେଚ୍ଛା। କିନ୍ତୁ ଶୁଭେଚ୍ଛା ଜଣାଇ ସେ ଦୀପର ଇମୋଜି ରଖିଦେଇଥିଲେ। ଏହା ପରେ ସୋସିଆଲ ମିଡିଆର କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। କିଛି ୟୁଜର୍ସ ଲେଖିଛନ୍ତି, ହୋଲି ଏବଂ ଦୀପାବଳି ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପରାମର୍ଶ ଦେଇଛନ୍ତି।