ନୂଆଦିଲ୍ଲୀ : ମଣିଷ ଅନେକ ପୋଷା ପ୍ରାଣୀକୁ ରଖିବାକୁ ପସନ୍ଦ କରିଥାନ୍ତି। ଏଥିସହ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ମଧ୍ୟ ରଖିଥାନ୍ତି। ତାଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ତେବେ ନିକଟରେ ଏକ ମଜାଳିଆ ଭିଡିଓ ଦେଖିବାକୁ ମିଳିଛି। ଏଥିରେ ଗୋଟେ ପେଙ୍ଗୁଇନ୍କୁ ଜଣେ ମହିଳା ଓଜନ କରୁଛନ୍ତି। ହେଲେ ପେଙ୍ଗୁଇନ୍କୁ ଓଜନ କରିବା ସମୟରେ ସେ ସେଠାରୁ ପଳାଇଯାଉଥିବାବେଳେ ମହିଳା ତାକୁ ସମ୍ଭାଳି ହାଲିଆ ହେଉଥିବା ଦେଖିବାକୁ ମିଳିଛି। ମହିଳା ଜଣକ ୯୭ ଦିନର ପେଙ୍ଗୁଇନ୍ ଛୁଆକୁ ଏକ ଓଜନ ମାପିବା ମେସିନ ଉପରେ ଠିଆ କରାଇ ଓଜନ କରୁଥିଲେ। ସେ ବାରମ୍ବାର ସେହି ମେଶିନ ଉପରୁ ପଳାଇଯାଉଥିଲା। ପରେ କିଛି ସମୟ ପରେ ପେଙ୍ଗୁଇନ୍ ସ୍ଥିର ଭାବେ ମେଶିନ ଉପରେ ଠିଆ ହୋଇଥିଲା। ଯାହା ଫଳରେ ତାହା ଓଜନ ମପାଯାଇପାରିଲା। ପେଙ୍ଗୁଇନ୍ଟିର ଓଜନ ୧୪ କିଲୋ ହୋଇଥିବା ଜଣାପଡିଛି। ହେଲେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।