ଅଜୟଙ୍କ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ମୁଭି ‘ରନୱେ ୩୪’ ୨୯ ଏପ୍ରିଲରେ ରିଲିଜ୍ ହୋଇ ସାରିଛି । ଦର୍ଶକେ ଫିଲ୍ମଟିକୁ ପ୍ରଥମରୁ ନ ହେଲେ ବି ଏବେ ଖୁବ୍ ପସନ୍ଦ କରିଛନ୍ତି । ମୁଭିରେ ଅଜୟ ଦେବଗନ, ଅମିତାଭ ବଚ୍ଚନ, ରକୁଲ ପ୍ରିତ ସିଂ ଓ ଅଙ୍ଗିରା ଧରଙ୍କ କାମର ସମସ୍ତେ ପ୍ରଶଂସା କରୁଛନ୍ତି । ଅଜୟ ଏହି ମୁଭିର ନିର୍ଦ୍ଦେଶନା ବି ଦେଇଛନ୍ତି । ଅଜୟଙ୍କ କାମରେ ଖୁସି ହୋଇ ଅମିତାଭ ଏକ ଚିଠି ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ପ୍ରଶଂସା ବି କରିଛନ୍ତି । ଚିଠିରେ ଅମିତାଭ ଲେଖିଛନ୍ତି, ଅଜୟ, ଅଜୟ, ଅଜୟ । ‘ରନୱେ ୩୪’ର ଏକ ଅଂଶ ହେବା ଓ ତୁମଭଳି ଜଣେ ନିର୍ଦ୍ଦଶକଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ । ତୁମର କାମ ମହାନ । ଯେମିତି ଭାବେ ତୁବେ ସବୁ କାମ ଛାଡି ଏହି ଫିଲ୍ମକୁ ତିଆରି କରିଛ, ତାହା ସତରେ ଜବରଦସ୍ତ । ଲୋକେ କହୁଛନ୍ତି ଏହା ତୁମର ବେଷ୍ଟ କାମ ହେଲ ମୁଁ ଜାଣିଛି ଆହୁରି ବେଷ୍ଟ ଆସିବା ବାକି ରହିଛି । ଶୁଭେଚ୍ଛା । ପ୍ୟାର, ଅମିତାଭ ବଚ୍ଚନ ।
ଅଜୟ ଏହି ପୋଷ୍ଟର ଜବାବ ଦେବାକୁ ଯାଇ ଲେଖିଛନ୍ତି, ଯେତେବେଳେ ଅମିତାଭ ବଚ୍ଚନଙ୍କ ଭଳି ବଡ କଳାକାର ଆପଣଙ୍କ ଡାଇରେକ୍ଟଟୋରିଆଲ ବେଂଚରରେ କାମ କରନ୍ତି, ଏହା ଏମିତି ସୌଭାଗ୍ୟ ଯାହା ଭାଷାରେ ବର୍ଣ୍ଣନା କରିବା ମୁସ୍କିଲ । ଯେତେବେଳେ ସେ ତାଙ୍କ ହାତ ଲେଖା ନୋଟ୍‌ରେ ଆପଣଙ୍କ ପ୍ରଶଂସା କରୁଛନ୍ତି, ସେତେବେଳେ ଆପଣଙ୍କ ଭିତରର ଇମୋସନ୍ସ ବାହାରକୁ ଆସିଯାଇଥାଏ । ମୁଁ ଗର୍ବିତ ଆଉ ଖୁସିବି । ଥ୍ୟାଙ୍କ ୟୁ ଅମିତ ଜି । ଫ୍ୟାନ୍ସ ଏହି ପୋଷ୍ଟକୁ ଖୁବ୍ ପସନ୍ଦ କରୁଛନ୍ତି ।
ସୂଚନାଅନୁଯାୟୀ, ‘ରନୱେ ୩୪ ବିକ୍ରାନ୍ତ ଖାନ୍ନା ନାମକ ପାଇଲଟଙ୍କ କାହାଣୀ । ଏହା ୨୦୧୫ର ସତ୍ୟ ଘଟଣା ଉପରେ ଅଧାରିତ ।

Share