Categories: ଫୁରସତ

ଜାଣନ୍ତି ରାସ୍ତାରେ ଧଳା-ହଳଦିଆ ଗାର କାହିଁକି ଥାଏ

ଆପଣ ରାସ୍ତାରେ ଯିବା ସମୟରେ ନିଶ୍ଚିତ ଧଳା ଏବଂ ହଳଦିଆ ଗାର ପଡ଼ିଥିବା ଦେଖିଥିବେ। କେଉଁଠି ଏହି ଗାର ସିଧା ଟଣା ହୋଇଥାଏ ତ ଆଉ କେଉଁଠି ଛୋଟ ଛୋଟ ଟଣାଯାଇଥାଏ। ଏହି ଗାର ଦେଖି କେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିଛି କି କାହିଁକି ଏପରି ଗାର ଟଣା ଯାଇଛ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

– ଏହି ଗାର ଟଣା ଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆପଣ ଯେଉଁ ଲାଇନ୍‌ରେ ଯାଉଛନ୍ତି ସେହି ପଟରେ ଯାଆନ୍ତୁ। ଦ୍ୱିତୀୟ ଲାଇନ୍‌ରେ ଆଦୌ ଯାଆନ୍ତୁ ନାହିଁ।

– ଧଳା ରଙ୍ଗ ଗାରର ଅର୍ଥ ଆପଣ ଲାଇନ୍‌ ବଦଳାଇ ପାରିବେ। ମାତ୍ର ସାବଧାନତାର ସହ ଅଲଗା ଗାଡ଼ିକୁ ସୂଚନା ଦେଇକି ଯିବେ।

– ଯଦି ଆପଣ ସିଧା ହଳଦିଆର ରଙ୍ଗର ଗାର ଦେଖୁଛନ୍ତି ତେବେ ଏଥିରୁ ବୁଝିବେ ଯେ, ଆପଣ ଅଲଗା ଗାଡ଼ିକୁ ଓଭରଟେକ୍‌ କରିଯାଇପାରିବେ। ମାତ୍ର ଗାର ପାର କରି ନୁହେଁ। ଅଲଗା ଅଲଗା ରାଜ୍ୟରେ ଏହା ଭିନ୍ନ ସୂଚନା ଦେଇଥାଏ।

Share