Categories: ଜାତୀୟ

ବିହାର ପରେ ୟୁପିରେ ହ୍ବାଇଟ୍‌ ଫଙ୍ଗସ୍‌

ନୂଆଦିଲ୍ଲୀ, ୨୧।୫: ବିହାରର ପାଟନାରେ ୪ ଜଣ ହ୍ବାଇଟ ଫଙ୍ଗସ୍‌ ରୋଗୀ ଚିହ୍ନଟ ହେବାର ଦିନକ ପରେ ଶୁକ୍ରବାର ଉତ୍ତରପ୍ରଦେଶର ମାଉ ଜିଲାରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କଠାରେ ଦେଖାଦେଇଛି ହ୍ବାଇଟ ଫଙ୍ଗସ୍‌ । ସେ ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥହୋଇ ଘରକୁ ଫେରିଥିଲେ। ପରେ ତାଙ୍କ ଆଖି ଫୁଲିବା ସହ ଜେଲି ଭଳି ପଦାର୍ଥ ସୃଷ୍ଟି ହୋଇଥିଲା। ସେ ଦୃଷ୍ଟିଶକ୍ତି ହରାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ନମୁନା ପରୀକ୍ଷା ପରେ ଏହା ହ୍ବାଇଟ୍‌ ଫଙ୍ଗସ୍‌ ସଂକ୍ରମଣ ବୋଲି ଜଣାପଡ଼ିଛି।

Share