ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସୁକ ହ୍ବାଇଟ ହାଉସ

ଓ୍ବାଶିଂଟନ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ଜୁନରେ ଆମେରିକା ଗସ୍ତରେ ଯିବେ। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଭବନ ବା ହ୍ବାଇଟ ହାଉସ କହିଛି ଯେ ଭାରତ ଏବଂ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଭାଗିଦାରୀ ରହିଛି ଏବଂ କ୍ୱାଡ ମଧ୍ୟରେ ଆମର ଉତ୍ତମ ସହଯୋଗ ରହିଛି।
ଜାତୀୟ ସୁରକ୍ଷା ପରିଷଦର ରଣନୀତିକ ଯୋଗାଯୋଗର ସଂଯୋଜକ ଜନ କିର୍ବି ହ୍ବାଇଟ ହାଉସରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଆମେ ବହୁତ ଉତ୍ସାହିତ। ଏଠାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ କ୍ୱାଡରେ ଭାରତ ଏବଂ ଆମେରିକା ପରସ୍ପର ସହ ସହଯୋଗ କରନ୍ତି। ପ୍ରତିରକ୍ଷା ଭାଗିଦାରୀ ମଧ୍ୟ ଆମ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସୂଚନାଯୋଗ୍ୟ, ୨୦୧୭ରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମିଳିତ ଭାବରେ ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ହ୍ରାସ କରିବା ପାଇଁ କ୍ୱାଡ ଗୋଷ୍ଠୀ ଗଠନ କରିଥିଲେ।

Share