‘ଯୁଦ୍ଧରେ ଇରାନ ସାମିଲ, ହେଲେ ଆମ ପାଖରେ ପ୍ରମାଣ ନାହିଁ’, ଆମେରିକା

ଓ୍ବାଶିଂଟନ,୧୦।୧୦: ସେପ୍ଟେମ୍ବର ୭ରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଉତ୍ତେଜନା ବୃଦ୍ଧି ପାଉଛି। କେତେକ ଲୋକ ବିଶ୍ୱାସ କରୁଥିଲେ ଯେ ଏହି ଆକ୍ରମଣରେ ଇରାନ ସମ୍ପୃକ୍ତ ଥାଇପାରେ। ତେବେ ଆମେରିକା ବର୍ତ୍ତମାନ ସ୍ପଷ୍ଟ ଭାବରେ କହିଛି ଯେ ଏହି ଆକ୍ରମଣରେ ଇରାନର ସମ୍ପୃକ୍ତିକୁ ସୂଚାଉଥିବା କୌ ଣସି ଗୁପ୍ତଚର ସୂଚନା କିମ୍ବା ପ୍ରମାଣ ନାହିଁ।

ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ମୁଖପାତ୍ର ଜନ କର୍ବିି କହିଛନ୍ତି, ‘ଇରାନ ଦୀର୍ଘ ଦିନ ଧରି ହମାସ ଏବଂ ଅନ୍ୟ ଆତଙ୍କବାଦୀ ନେଟୱର୍କକୁ ସମର୍ଥନ କରିଆସୁଛି। ତେଣୁ ସ୍ପଷ୍ଟ ଭାବରେ ଇରାନ ଏଥିରେ ଜଡିତ, ଯଦି ଆପଣ ପ୍ରମାଣ ବିଷୟରେ କୁହନ୍ତି ତେବେ ଆମର କିଛି ନାହିଁ।

Share