ୱାଶିଂଟନ,୨୫ ।୨: ହ୍ୱାଇଟ ହାଉସ ପକ୍ଷରୁ ଶୁକ୍ରବାର କୁହାଯାଇଛି କି ରୁଷିଆ ଓ ଇରାନ ମଧ୍ୟରେ ବଢିଚାଲିଥିବା ପ୍ରତିରକ୍ଷା ସମ୍ପର୍କକୁ ଦେଖିଲେ ରୁଷିଆ ଇରାନକୁ ଯୁଦ୍ଧ ବିମାନ ଦେଇପାରେ । ଆମେରିକାର ଖବରକାଗଜ ଦ ହିଲ ଏହି ସୂଚନା ଦେଇଛି ।
ହ୍ୱାଇଟ ହାଉସ ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ(ଏନଏସସି)ର ପ୍ରବକ୍ତା ଜନ କିର୍ବି ଏକ ଭର୍ଚୁଆଲ ପ୍ରେସ ବାର୍ତ୍ତାରେ ଖବରଦାତାଙ୍କୁ କହିଛନ୍ତି ଆମେରିକା ପାଖରେ ଖବର ରହିଛି କି ୟୁକ୍ରେନ୍ରେ ଚାଲୁଥିବା ଯୁଦ୍ଧ ପାଇଁ ଇରାନ ପକ୍ଷରୁ ରୁଷିଆକୁ ସମର୍ଥନ ଦିଆଯାଉଛି । କିର୍ବି ଆହୁରି ମଧ୍ୟ କହିଛନ୍ତି, ରୁଷିଆ ଇରାନକୁ ଅଭୁତପୂର୍ବ ସମର୍ଥନ ଦେଉଛି ତେଣୁ ଆମେରିକା ଭାବୁଛି କି ମସ୍କୋ ଇରାନକୁ ଯୁଦ୍ଧ ବିମାନ ଦେଇପାରେ । ଇରାନ ରୁଷିଆରୁ ଅରବ ଡଲାରର ଉପକରଣ ଯେମିତିକି ହେଲିକପ୍ଟର ଓ ରାଡାର କିଣିବାକୁ ଚାହୁଁଛି ।