Categories: ଫୁରସତ

ଗଛରେ ଧଳା ରଙ୍ଗ!

ଆପଣ କେଉଁଆଡ଼େ ଯିବା ସମୟରେ ରାସ୍ତାକଡ଼
ଗଛରେ ଧଳା ରଙ୍ଗ ଦିଆଯାଇଥିବା ଦେଖିଥିବେ। ହେଲେ ଏହାର ପ୍ରକୃତ କାରଣ କ’ଣ ଜାଣନ୍ତି କି? ଜାଣିବା
ଏହା ସମ୍ପର୍କରେ…

ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଥିଲେ, ଯାତ୍ରାର ମଜା ଆହୁରି ବଢ଼ିଯାଏ। ତେବେ ଏଭଳି ରାସ୍ତାରେ ଯିବା ବେଳେ ଅନେକ ସ୍ଥାନରେ ଆପଣ ଦେଖିଥିବେ ଉଭୟ ପାର୍ଶ୍ୱରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛଟି ସହଜରେ ଦେଖାଯିବ ବା ସୁନ୍ଦର ଲାଗିବ ବୋଲି ଏପରି ରଙ୍ଗ ଦିଆଯାଇଥିବା ଅନେକେ ଭାବିଥା’ନ୍ତି। ହେଲେ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ ସେ ସମ୍ପର୍କରେ…
ପରିବର୍ତ୍ତନ ଯୋଗୁ ଅନେକ ଗଛର କାଣ୍ଡ ଫାଟିଯାଏ, ଯଦ୍ଦ୍ବାରା ଗଛ କମ୍‌ ବର୍ଷରେ ମରିଯିବାର ଆଶଙ୍କା ବେଶି। ହେଲେ ଗଛରେ ଧଳା ରଙ୍ଗ ଲଗାଇବା ଦ୍ୱାରା ଖରାର ପ୍ରଭାବ ତା’ଉପରେ କମ୍‌ପଡୁଥିବାରୁ ତାହା ଶୀଘ୍ର ଶୁଖି ଫାଟେନାହିଁ ଏବଂ ଅପେକ୍ଷାକୃତ ମଜଭୁତ ରହିଥାଏ।
ଗଛ ପୁରୁଣା ହୋଇଗଲେ ସେଥିରେ ଉଇ ଲାଗି ନଷ୍ଟ ହୋଇଯାଉଥିବାର ଦେଖିବାକୁ ମିଳେ। ହେଲେ ଏହା ଉପରେ ଧଳା ରଙ୍ଗ ସହ କିଛି ଉଇ ନ ହେବା ଲାଗି ଔଷଧ ମିଶ୍ରଣ କରି ଲଗାଯିବା ଦ୍ୱାରା ତାହା ସୁରକ୍ଷିତ ରହିଥାଏ।
ଏକ କାରଣ ହେଉଛି ରାତିରେ ଗାଡ଼ି ଚଲାଇବା ସମୟରେ ଗଛ ନ ଦେଖାଯାଇ ବାଡ଼େଇ ହୋଇ ଅନେକ ଦୁର୍ଘଟଣା ଘଟିଥାଏ । ହେଲେ ଗଛରେ ଧଳା ରଙ୍ଗ ଦିଆଯିବା ଦ୍ୱାରା ଏହା ଉପରେ ଗାଡ଼ିର ଲାଇଟ୍‌ ପଡିଲେ ସ୍ପଷ୍ଟ ଦେଖାଯାଏ, ଫଳରେ ଦୁର୍ଘଟଣା ଆଶଙ୍କା କମିଥାଏ।
ରଙ୍ଗ ଦିଆଯାଇଥିବା ଗଛ ବନ ବିଭାଗ ଅଧୀନରେ ରହିଛି, ତେଣୁ ଏହାକୁ କାଟିବା ବେଆଇନ ବୋଲି ଜନସାଧାରଣଙ୍କୁ ସୂଚାଇବା ଲାଗି ମଧ୍ୟ ଏପରି କରାଯାଇଥାଏ।

Share