କଳା ଲୋକଙ୍କୁ ଶ୍ୱେତ ପୋଲିସର ନିର୍ଯାତନା

ଓ୍ବାଶିଂଟନ,୪ା୮: ଆମେରିକାର ଜଷ୍ଟିସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ମିସିସିପିର ୬ ଜଣ ଶ୍ୱେତ ପୋଲିସ ଗୁରୁବାର ଦୁଇ ନିରୀହ କଳା ଲୋକଙ୍କୁ ନିର୍ଯାତନା ଦେଇଥିବା ସ୍ବୀକାର କରିଛନ୍ତି। ପୋଲିସ କର୍ମଚାରୀମାନେ ଖେଳନା, ଟ୍ୟାସର ଏବଂ ଖଣ୍ଡା ବ୍ୟବହାର କରି ଏକ ଘଣ୍ଟା ଧରି କଳା ଲୋକଙ୍କୁ ନିର୍ଯାତନା ଦେଇଥିଲେ। ଶେଷରେ ଜଣେ ପୋଲିସ ବେକକୁ ଧରି ବାହାରକୁ ଟାଣି ଆଣି ଜଣେ ବ୍ୟକ୍ତିଙ୍କ ପାଟିରେ ଗୁଳି ଚଳାଇଥିଲା।

ଆଟର୍ନିଂ ଜେନେରାଲ ମେରିକ ଗାରଲାଣ୍ଡ କହିଛନ୍ତି, ‘ଏହି ଘଟଣାରେ ପୋଲିସ ପୀଡ଼ିତାଙ୍କୁ ନିର୍ଯାତନା ଦେଇଥିଲା ଏବଂ ଅସହିଷ୍ଣୁ କ୍ଷତି ଘଟାଇଥିଲା। ନାଗରିକଙ୍କ ଅଧିକାରର ଚରମ ଉଲ୍ଲଂଘନ କରିଥିଲା। ପୋଲିସ ଆଇନ ଶୃଙ୍ଖଳା ଅଧିକାରୀ ଭାବରେ ଗ୍ରହଣ କରିଥିବା ଶପଥ ଲଜ୍ଜାଜନକ। ଏଥିରେ ପ୍ରତାରଣା କରାଯାଇଛି। “

Share