ହ୍ବାଇଟ ହାଉସରେ ଧଳା ପାଉଡର: ଯାଞ୍ଚ ରିପୋର୍ଟ ଆସିଲା, ବାଇଡେନଙ୍କୁ ଟାର୍ଗେଟ କଲେ ଟ୍ରମ୍ପ…

ଓ୍ବାଶିଂଟନ,୬।୭ : ହ୍ବାଇଟ ହାଉସରେ ମିଳିଥିବା ଧଳା ପାଉଡରର ଯାଞ୍ଚ ରିପୋର୍ଟ ଆସିଛି। ଆମେରିକାର ସିକ୍ରେଟ ସର୍ଭିସର ମୁଖପାତ୍ର କହିଛନ୍ତି ପୂର୍ବ କ୍ଷେତ୍ର ପରୀକ୍ଷା ସମୟରେ ଧଳା ପାଉଡର ଚିହ୍ନଟ କରାଯାଇଥିଲା। ପରୀକ୍ଷା ରିପୋର୍ଟରେ ଏହା କୋକେନ ବୋଲି ଜଣାପଡିଛି। ଏହା ପରେ ପାଉଡରକୁ ଅତିରିକ୍ତ ଯାଞ୍ଚ୍‌ ପାଇଁ ପଠାଯାଇଥିଲା, ଯାହାର ରିପୋର୍ଟ ଆସିଛି। ପୂର୍ବ ରିପୋର୍ଟ ଆସିବା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କୁ ଟାର୍ଗେଟ କରିଥିଲେ।

ଆମେରିକାର ଗଣମାଧ୍ୟମ ଅନୁଯାୟୀ, ୱେଷ୍ଟ ୱିଙ୍ଗର ତଳ ମହଲା ପ୍ରବେଶ ଦ୍ୱାର ନିକଟରେ ଏହି ଧଳା ପଦାର୍ଥ ମିଳିଥିଲା। ପଶ୍ଚିମ ୱିଙ୍ଗର ବହୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କୋକେନ ମିଳିଥିଲା। ଏହା ସମାନ ସ୍ଥାନ ଯେଉଁଠାରେ ହ୍ବାଇଟ ହାଉସ ପରିଦର୍ଶନ କରୁଥିବା ଅତିଥିମାନଙ୍କୁ ମୋବାଇଲ ଜମା କରିବାକୁ ପଡିଥାଏ। ଧଳା ପଦାର୍ଥ ଏକ ଛୋଟ, ଜିପର୍‌ ବ୍ୟାଗରେ ମିଳିଥିଲା। ପ୍ରେସ ସେକ୍ରେଟାରୀ କରୀନ ଜିନ-ପିଏର କହିଥିଲେ ହ୍ବାଇଟ ହାଉସର ଗୁପ୍ତଚର ସେବା ଉପରେ ଆତ୍ମବିଶ୍ୱାସ ରହିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବିଲ୍ଡିଂରେ କିଏ କୋକେନ ଆଣିଛନ୍ତି ସେନେଇ ଅଧିକାରୀମାନେ ଯାଞ୍ଚ୍‌ ଜାରି ରହିଥିବା କହିଛନ୍ତି।

Share