Categories: ଫୁରସତ

ଶ୍ୱେତ ବିପ୍ଳବ

ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗିଜ କୁରିନଙ୍କ ସମ୍ମାନରେ ପ୍ରତି ବର୍ଷ ଭାରତରେ ନଭେମ୍ବର ୨୬ରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇଥାଏ। ଅପରେଶନ ଫ୍ଲଡ୍‌ ବା ଶ୍ୱେତ ବିପ୍ଳବରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ; ଯାହା ଦେଶର ସର୍ବବୃହତ୍‌ ନିଜସ୍ବ ସ୍ଥାୟୀ ଉଦ୍ୟୋଗର ସ୍ଥିତି ଅଭିମୁଖେ ଭାରତର ଦୁଗ୍ଧ ଉଦ୍ୟୋଗକୁ ସୁଦୃଢ଼ କରିଥିଲା। ଭାରତୀୟ ଦୁଗ୍ଧ ସଂଗଠନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅନ୍ତର୍ଗତ ୨୦୧୪ମସିହାରୁ ପ୍ରତି ବର୍ଷ ଦେଶରେ ଏହି ଦିବସ ପାଳିତ ହେଉଛି ।
ଅର୍ଥନୈତିକ ସର୍ଭେ ୨୦୨୧-୨୦୨୨ଅନୁସାରେ, ଦୁଗ୍ଧ ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନ ହାସଲ କରିଛି। ବିଶ୍ୱ ଦୁଗ୍ଧ ଉତ୍ପାଦନର ୨୩ ପ୍ରତିଶତ ଯୋଗଦାନ ମଧ୍ୟ ଭାରତରେ ରହିଛି ।
ସେତିକି ନୁହେଁ, ଦୁଗ୍ଧ ହେଉଛି ଏକ ସର୍ବବୃହତ୍‌ କୃଷିଜାତ ଦ୍ରବ୍ୟ; ଯାହାର ଜାତୀୟ ଅର୍ଥନୀତିକୁ ୫ ପ୍ରତିଶତ ଯୋଗଦାନ ରହିଛି। ସିଧାସଳଖ ୮କୋଟିରୁ ଊର୍ଦ୍ଧ୍ୱ କୃଷକଙ୍କୁ ଏହା ନିଯୁକ୍ତି ଦେଉଛି। ଭାରତରେ ଦୁଗ୍ଧ ଉତ୍ପାଦନ ବର୍ଷକୁ ୬.୨ ପ୍ରତିଶତ ହାରରେ ବଢ଼ିଛି । ଦୁଗ୍ଧ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିଥିବା ଡ. ଭର୍ଗିଜ କୁରିନଙ୍କ ପ୍ରୟାସ ଯୋଗୁ ଏ ସମସ୍ତ ଉପଲବ୍ଧି ସମ୍ଭବ ହୋଇପାରିଛି । କୁରିନଙ୍କ ଉଦ୍ଦେଶ୍ୟ ଥିଲା ଦୁଗ୍ଧ ଉତ୍ପାଦନରେ ଭାରତ କିଭଳି ଆତ୍ମନିର୍ଭରଶୀଳ ଓ ଆସନ୍ତା ୩୦ ବର୍ଷ ମଧ୍ୟରେ କିପରି ଚାରି ଗୁଣା ଅଧିକ ଉତ୍ପାଦନ କରିବାକୁ ସକ୍ଷମ ହେବ।

Share