ଆଜି ଗିରଫ ହୋଇପାରନ୍ତି ଟ୍ରମ୍ପ, ସମର୍ଥକଙ୍କୁ ଲେଖିଲେ ଶେଷ ଚିଠି

ଓ୍ବାଶିଂଟନ୍‌,୨୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୧୬ ନିର୍ବାଚନ ପ୍ରଚାରରେ ଅନିୟମିତ ଦେୟ ମାମଲାରେ ଶୁଣାଣି ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯିବ ବୋଲି ଜଣାପଡିଛି। ଏହି ସମୟରେ ଟ୍ରମ୍ପ ସମର୍ଥକଙ୍କୁ ଏକ ଇ-ମେଲ ପଠାଇ କହିଥିଲେ ଯେ, ସମ୍ଭବତଃ ଏହା ମୋ ଦ୍ୱାରା ଲିଖିତ ଶେଷ ଚିଠି। ଆପଣଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ। ଏହି ଲଢେଇରେ ବିଜୟ ଆମର ହେବ ଏବଂ ଆମେ ପୁଣି ହ୍ବାଇଟହାଉସ ଜିତିବା।
ନ୍ୟୁୟର୍କର ମ୍ୟାନହଟନ କୋର୍ଟରେ ଭାରି ସୁରକ୍ଷା ବ୍ୟାରିକେଡ କରାଯାଇଛି। ମଙ୍ଗଳବାର ଗିରଫ ହେବା ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ତାଙ୍କ ସମର୍ଥକଙ୍କ ବିରୋଧର ସମ୍ଭାବନା ରହିଛି। ଟ୍ରମ୍ପଙ୍କ ବିରୋଧରେ ୨୦୧୬ ନିର୍ବାଚନ ପ୍ରଚାରରେ ଅନିୟମିତ ଦେୟ ମାମଲାର ଶୁଣାଣି ଚାଲିଛି। ଏହି ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ବୋଲି ଆଶା କରାଯାଉଛି।

Share