ମଙ୍କିପକ୍ସକୁ ନେଇ ଡବ୍ଲୁଏଚଓର ପରାମର୍ଶ

ଜେନେଭା,୨୮ ।୭: କରୋନା ପରେ ଏବେ ସାରା ବିଶ୍ୱକୁ ଡରାଇଲାଣି ମଙ୍କିପକ୍ସ । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡରୋସ ଅଦନହୋମ ଗେବ୍ରେହେସୁସ ମଙ୍କିପକ୍ସକୁ ନେଇ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେଉଁ ପୁରୁଷମାନେ ମଙ୍କିପକ୍ସରେ ଆକ୍ରାନ୍ତ ସେମାନେ ସେମାନଙ୍କ ଯୌନ ସାଥିଙ୍କ ସଂଖ୍ୟା କମ କରନ୍ତୁ । କିଛିଦିନ ତଳେ ଡବ୍ଲୁଏଚଓ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଥିଲା ।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ମଙ୍କିପକ୍ସ ପ୍ରାୟ ୭୮ ଦେଶରେ ପହଞ୍ଚି ସାରିଲାଣି । ଆଉ ଏଥିରେ ୧୮ ହଜାରରୁ ଅଧିକ ଆକ୍ରାନ୍ତ ବି ହେଲେଣି । ଏଥିମଧ୍ୟରୁ ୭୦ ପ୍ରତିଶତ କେବଳ ୟୁରୋପର ବୋଲି ଜଣାପଡିଛି । ଅଧିକାଂଶ ସଂକ୍ରମଣ ସେହିଭଳି ପୁରୁଷଙ୍କ ନିକଟରେ ଦେଖାଯାଇଛି ଯେଉଁମାନେ ପୁରୁଷମାନଙ୍କ ସହ ଯୌନସମ୍ପର୍କ ରଖିଛନ୍ତି । ବିଶେଷ କରି ଏମାନେ ଅଧିକାଂଶ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିଥାଆନ୍ତି ।
ଭାରତରେ ଏବେ ୪ଜଣ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏଥିମଧ୍ୟରୁ ୩ ଜଣ କେରଳର ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀର ଜଣେ ରହିଛନ୍ତି ।

Share