Posted inଜାତୀୟ

ନାଁ ଶୁଣି ଜାହାଜରୁ ପଳାୟନ କରିଥିଲେ ଜଳଦସ୍ୟୁ, ଜାଣନ୍ତୁ କିଏ ଏହି ଭାରତୀୟ ନୌସେନାର ମାର୍କୋସ କମାଣ୍ଡୋ

ନୂଆଦିଲ୍ଲୀ,୬।୧: ଭାରତୀୟ ନୌସେନାର ମାର୍କୋସ କମାଣ୍ଡର ଏବେ ପୁଣି ଚର୍ଚ୍ଚାରେ। ଦିନକ ପୂର୍ବରୁ ସୋମାଲିଆ ତଟରେ ଏମଭି ଲିଲା ନରଫୋକ ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ବଞ୍ଚାଇ ୨୧ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏଥିରେ ୧୫ଭାରତୀୟ ମଧ୍ୟ ସାମିଲ୍‌ ଅଛନ୍ତି। ଏହି ସବୁ କମାଣ୍ଡୋ ଭାରତୀୟ ନାଭିର ଜାହାଜ ଆଇଏନଏସ ଚେନ୍ନାଇରେ ବସି ହାଇଜ୍ୟାକ ହୋଇଥିବା ଜାହାଜ ପାଖରେ ପହଞ୍ଚିଥିଲେ। ତେବେ ଜଳଦସ୍ୟୁଙ୍କୁ ଯେତେବେଳେ ଖବର ମିଳିଥିଲା କି ମାର୍କୋସ କମାଣ୍ଡୋ ଜାହାଜ ପାଖରେ ପହଞ୍ଚିଗଲେଣି, ସେମାନେ ଜାହାଜ ଛାଡି ପଳାୟନ କରିଥିଲେ। କାରଣ ସେମାନେ ଜାଣିଥିଲେ ଭାରତୀୟ ନୌସେନାର ଏହି ଇଲାଇଟି ମ୍ୟାରିନ କମାଣ୍ଡୋ କେତେ ଶକ୍ତିଶାଳୀ ଅଟନ୍ତି।

ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧବାଲ କହିଛନ୍ତି, ହାଇଜ୍ୟାକ ଜାହାଜ ପାଖରେ ପହଞ୍ଚିବା ପରେ ମାର୍କୋସ କମାଣ୍ଡୋମାନେ ଜାହାଜର ଯାଞ୍ଚ କରିଥିଲେ ଆଉ ଅପହୃତକାରୀ ନ ଥିବା ସ୍ପଷ୍ଟ କରିଥିଲେ। ଭାରତୀୟ ନୌସେନାର ଚେତାବନୀ ଓ ମାର୍କୋସ କମାଣ୍ଡୋଙ୍କ ପହଞ୍ଚିବା ଖବର ଶୁଣି ଜଳଦସ୍ୟୁମାନେ ଭୟରେ ସ୍ଥାନ ଖାଲି କରି ଦେଇଥିଲେ। ତେବେ ଏହି ମାର୍କୋସ କମାଣ୍ଡୋମାନଙ୍କୁ ବିଶେଷ ରୂପେ ସମୁଦ୍ର ଇଲାକାର ଯୋଦ୍ଧା କୁହାଯାଇଥାଏ। ଆସନ୍ତୁ ଜାଣିବା କିଏ ଏହି ମାର୍କୋସ କମାଣ୍ଡୋ…

ଭାରତୀୟ ନୌସେନା ପାଖରେ ଏକ ବିଶେଷ କମାଣ୍ଡିଂ ଦଳ ରହିଛି। ତାହା ‘ମ୍ୟାରିନ କମାଣ୍ଡୋ’ ବା ‘ମାର୍କୋସ’ ଭାବେ ପରିଚିତ। ଏହି ମ୍ୟାରିନ କମାଣ୍ଡୋ ଏକ ଘାତକ ଦଳ ଅଟେ। ଯେଉଁଥିରେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ସୈନିକ ସାମିଲ ଅଛନ୍ତି। ସେମାନେ ବିପଦଜ୍ଜନକ ସ୍ଥାନକୁ ଯାଇ ଲୁଚିକରି ଶତ୍ରୁଙ୍କୁ ଜୋରଦାର ପ୍ରତିକ୍ରିୟା ଦେବାରେ ଧୁରନ୍ଧର ଅଟନ୍ତି। ଏଥିପାଇଁ ସେମାନଙ୍କୁ କଠୋର ପ୍ରଶିକ୍ଷଣ ଦିଆଯାଇଥାଏ। ଏହାକୁ ମ୍ୟାରିନ କମାଣ୍ଡୋ ଫୋର୍ସ(ଏମସିଏଫ) କୁହାଯାଇଥାଏ। ୧୯୮୭ମସିହାରେ ଏହାର ଗଠନ ହୋଇଥିଲା। ଏହି କମାଣ୍ଡୋମାନେ ସମୁଦ୍ର, ବାୟୁ କିମ୍ବା ସ୍ଥଳବିଶେଷରେ ପ୍ରତିରକ୍ଷା କରିବା ପାଇଁ କଠୋର ପ୍ରଶିକ୍ଷଣ ନେଇଛନ୍ତି। ଏହି ସ୍ପେଶିଆଲ ଫୋର୍ସ ଭାରତୀୟ ନୌସେନାକୁ ସାହାର୍ଯ୍ୟ କରିବା ସହ କୌଣସି ଜରୁରୀକାଳୀନ ସ୍ଥିତିକୁ ପ୍ରତିହିତ କରିିଥାନ୍ତି।

ଏହି ଫୋର୍ସ କଶ୍ମିର କ୍ଷେତ୍ରରେ କୌଣସି ଅପରେଶନ ପାଇଁ ଭାରତୀୟ ସେନାଙ୍କୁ ସାହାର୍ଯ୍ୟ କରିଥାନ୍ତି। ଏହି ଇଲାଆଇଟି କମାଣ୍ଡୋ ୨୬।୧୧ ଆକ୍ରମଣ ସମୟରେ ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri