Posted inଜାତୀୟ

Bihar Floor Test: ବିଧାନସଭାରେ ପହଞ୍ଚି ନ ଥିବା ସେହି ଆର୍‌ଜେଡି-ଜେଡିୟୁ ବିଧାୟକ କିଏ?

ପାଟନା,୧୨ା୨: ବର୍ତ୍ତମାନଠାରୁ ବିହାର ବିଧାନସଭାରେ ଏନ୍‌ଡିଏ ସରକାରଙ୍କ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟ ପୂର୍ବରୁ ବିହାରରେ ଅନେକ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି।
ସମସ୍ତ ରାଜନୈତିକ ଦଳ ନିଜ ନିଜର ଦାବି କରୁଛନ୍ତି। ଏହି ସମୟରେ ଆରଜେଡି ଏବଂ ଜେଡିୟୁ କ୍ୟାମ୍ପରୁ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ ଆରଜେଡି ଏବଂ ଜେଡିୟୁରୁ ୨ ଜଣ ବିଧାୟକ ବିହାର ବିଧାନସଭାରେ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଭାଗ ନେବାକୁ ଏପର୍ଯ୍ୟନ୍ତ ବିଧାନସଭାରେ ପହଞ୍ଚି ନାହାନ୍ତିି। ଏଭଳି ପରିସ୍ଥିତିରେ ଫ୍ଲୋର ଟେଷ୍ଟରେ ଏହି ବିଧାୟକଙ୍କ ଅଂଶଗ୍ରହଣକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଆରଜେଡି ପକ୍ଷରୁ ଶିବର ବିଧାୟକ ଚେତନ ଆନନ୍ଦ ଏବଂ ମୋକାମା ବିଧାୟିକା ନୀଲମ ଦେବୀ ଏବଂ ପର୍ବତା ବିଧାୟକ ଡ.ସଞ୍ଜୀବ ଏବଂ ଜେଡିୟୁରୁ ରୂପାଲି ବିଧାୟିକ ବିମା ଭାରତୀ ଫ୍ଲୋର ଟେଷ୍ଟରେ ଭାଗ ନେବାକୁ ବିହାର ବିଧାନସଭାରେ ପହଞ୍ଚି ନାହାନ୍ତି। ଏଭଳି ପରିସ୍ଥିତିରେ ଫ୍ଲୋର ଟେଷ୍ଟରେ ଏହି ବିଧାୟକ ଅଂଶଗ୍ରହଣ ନ କରିବାରୁ ଏନ୍‌ଡିଏ ସରକାର ପ୍ରଭାବିତ ହେବାକୁ ଯାଉଛନ୍ତି କି ନାହିଁ ତାହା ଏକ ବଡ଼ ପ୍ରଶ୍ନ।

ଚେତନ ଆନନ୍ଦ ବିହାରର ବଡ଼ ନେତା ଆନନ୍ଦ ମୋହନଙ୍କ ପୁଅ। ସେ ଶିବରର ଆରଜେଡି ବିଧାୟକ। କିଛି ମାସ ପୂର୍ବେ ଚେତନ ଆନନ୍ଦଙ୍କ ପିତା ଆନନ୍ଦ ମୋହନଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। କୁହାଯାଉଛି, ଆନନ୍ଦ ମୋହନଙ୍କ ରିଲିଜରେ ନୀତୀଶ କୁମାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଏଭଳି ପରିସ୍ଥିତିରେ ଆନନ୍ଦ ମୋହନ ଏବଂ ଚେତନ ଆନନ୍ଦ ନୀତୀଶ କୁମାରଙ୍କ ବିରୋଧରେ ଯିବାକୁ ଚାହାନ୍ତି ନାହିଁ, ବୋଧହୁଏ ଏହି କାରଣରୁ ସେମାନେ ଫ୍ଲୋର୍‌ ଟେଷ୍ଟରେ ଭାଗ ନେଉନାହାନ୍ତି। ଯଦି ଆମେ ସବିଶେଷ କଥାକୁ ଦେଖିବା ତେବେ ଆଜି ଆନନ୍ଦ ମୋହନ ଏବଂ ଚେତନ ଆନନ୍ଦ ମଧ୍ୟ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ବିଶ୍ୱାସ କରାଯାଉଛି, ଚେତନ ଆନନ୍ଦ ନୀତୀଶ କୁମାରଙ୍କ ସହ ଯିବାକୁ ମନସ୍ଥ କରିଛନ୍ତି। ଆନନ୍ଦ ମୋହନ ଏବଂ ଆରଜେଡି ଏମ୍‌ପି ମନୋଜ ଝାଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା। ସେବେଠାରୁ ଆନନ୍ଦ ମୋହନ ଆରଜେଡି ଉପରେ ଅସନ୍ତୋଷ ରହିଥିବା ଖବର ଜାଣିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ସିଜେଆଇ ହେବା ପୂର୍ବରୁ କ’ଣ କରୁଥିଲେ ଚନ୍ଦ୍ରଚୁଡ଼? ସାକ୍ଷାତ୍‌କାରରେ ମା’ଙ୍କୁ ନେଇ କହିଲେ ଏମିତି କଥା

ନୂଆଦିଲ୍ଲୀ,୨୬।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଅଲ ଇଣ୍ଡିଆ ରେଡିଓ (ଏଆଇଆର) କୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri