କିଏ ସେହି ନୁକ୍‌ଭା ବିଦ୍ରୋହୀ; ଯେଉଁମାନଙ୍କୁ ଖୋଜି-ଖୋଜି ମାରୁଛି ଇସ୍ରାଏଲ, ଜାଣନ୍ତୁ ହମାସ ସହ କ’ଣ ଏହାର ସମ୍ପର୍କ…

ଜେରୁଜେଲମ,୧୪।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧକୁ ପ୍ରାୟ ୮ ଦିନ ବିତିଗଲାଣି। ଯୁଦ୍ଧ ଯେତିକି ଯେତିକି ଅଗ୍ରଗତି କରୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଇସ୍ରାଏଲ ଆକ୍ରମଣ ସହ ଜଡିତ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଇସ୍ରାଏଲ ଉପରେ ଆକ୍ରମଣ କରିବାରେ ହମାସର ଯେଉଁ ସଂଗଠନ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛି ତାହା ହେଉଛି ଇଜ ଅଲ-ଦିନ ଅଲ-କସମ ବ୍ରିଗେଡ। ଏହା ହେଉଛି ହମାସର ସଶସ୍ତ୍ର ବାହିନୀ। ଏହାର ମାରାତ୍ମକ ଓ୍ବିଂଗ ମଧ୍ୟରୁ ଗୋଟିଏ ହେଉଛି ନୁକ୍‌ଭା ଯିଏକି ଏଥର ଆକ୍ରମଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।

ପୂର୍ବରୁ ମଧ୍ୟ ଇସ୍ରାଏଲ ସହ ପାଲେଷ୍ଟାଇନ୍‌ ଯୁଦ୍ଧ କରିଛି, ହେଲେ ଏଥର ଆକ୍ରମଣ ସାଂଘାତିକ ପ୍ରମାଣିତ ହୋଇଛି। ହମାସ ଏକ ଆତଙ୍କବାଦୀ ସଂଗଠନ ହୋଇଥିବା ବେଳେ ନୁକ୍‌ଭା ସଂଗ୍ରାମୀମାନେ ଆତଙ୍କବାଦୀ ସଂଗଠନ ହମାସର ଯୁଦ୍ଧ ୱିଙ୍ଗର ସଦସ୍ୟ ଅଟନ୍ତି। ହମାସର ଏହି ନୁକ୍‌ଭା ବିଦ୍ରୋହୀଙ୍କୁ କଠୋର ତାଲିମ ଦିଆଯାଇଥାଏ। ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବହୁତ କଠିନ। ହମାସ ସାଧାରଣତଃ କେବଳ ଏହାର ସୁରକ୍ଷା ସଂଗଠନ ଇଜ ଅଲ-ଦିନ ଅଲ-କସମ ବ୍ରିଗେଡ ପାଇଁ ନିଯୁକ୍ତି କରିଥାଏ। ସେଥିରେ ଶ୍ରେଷ୍ଠମାନଙ୍କୁ ଚୟନ କରାଯାଇଥାଏ। ଚୟନ ପରେ ସେମାନଙ୍କୁ ଦେଶ ତଥା ବିଦେଶରେ ତାଲିମ ଦେବା ପାଇଁ ଏକ ବ୍ୟବସ୍ଥା ରହିଛି। ବିସ୍ଫୋରକ ସାମଗ୍ରୀ, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳନା କରିବାର ସେମାନଙ୍କର ଜ୍ଞାନ ଅଛି। ଏମାନେ ପାଣିରେ ମଧ୍ୟ ଶତ୍ରୁ ସହିତ ଲଢ଼ିବାର କ୍ଷମତା ରଖିଥାନ୍ତି। ସ୍କୁବା ଡାଇଭିଂ ସେମାନଙ୍କ ପ୍ରଶିକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ହମାସର ଏହି ନୁକ୍‌ବା ୱିଙ୍ଗର ବିଦ୍ରୋହୀମାନେ ଥରେ ଯୁଦ୍ଧ ଆରମ୍ଭ କଲେ ନିଜ ନେତାଙ୍କ କଥା ଶୁଣନ୍ତି ନାହିଁ।

ଇସ୍ରାଏଲ ହମାସର ଏହି ନୁକ୍‌ଭା ଓ୍ବିଙ୍ଗର ବିଦ୍ରୋହୀ ଏବଂ ସେମାନଙ୍କ ନେତାମାନଙ୍କୁ ୨୦୧୪ ଅପେକ୍ଷା ଅଧିକ ମାରାତ୍ମକ ଢ଼ଙ୍ଗରେ ଟାର୍ଗେଟ କରୁଛି। ସେମାନଙ୍କ ମୁଖ୍ୟାଳୟ ଏବଂ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ବୋମା ପକାଯାଉଛି। ନୁକ୍‌ଭା ଗ୍ରୁପ୍‌ର ସମସ୍ତ ଆତଙ୍କବାଦୀ ନିହତ ନ ହେବା ପର୍ଯ୍ୟନ୍ତ ସେମାନେ ସେମାନଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ଇସ୍ରାଏଲ ବାୟୁସେନା କହିଛି। ୨୦୧୪ ମସିହାରେ ମଧ୍ୟ ଏହି ସମାନ ବିଦ୍ରୋହୀମାନେ ଇସ୍ରାଏଲ ସହିତ ଯୁଦ୍ଧକୁ ଦୀର୍ଘ ସମୟ ଧରି ଜାରି ରଖିଥିଲେ। ୨୦୨୩ ଆକ୍ରମଣ ପରେ ଇସ୍ରାଏଲ ସେନା ଦ୍ୱାରା ସେମାନଙ୍କୁ ଟାର୍ଗେଟ କରାଯାଉଛି। ୨୦୧୪ରେ ଏହି ପୁରା ୱିଙ୍ଗର ପ୍ରାୟ ସମସ୍ତେ ନିହତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ସଂଗଠନ ପୁଣି ସକ୍ରିୟ ହୋଇଛି। ଏହି ବିଦ୍ରୋହୀମାନେ ହମାସର ନେତୃତ୍ୱକୁ ମଧ୍ୟ ସୁରକ୍ଷା ଦେଉଛନ୍ତିି।

୧୯୩୫ ମସିହାରେ ବ୍ରିଟିଶ ସୈନ୍ୟବାହିନୀ ଦ୍ୱାରା ନିହତ ହୋଇଥିବା ସିରିଆ ଆତଙ୍କବାଦୀଙ୍କ ନାମରେ ଏହାର ନାମ ଇଜ ଅଲ-ଦିନ୍‌ ଅଲ-କସମ ବ୍ରିଗେଡ ରଖାଯାଇଛି। ଏହି ବ୍ରିଗେଡ ଆନୁଷ୍ଠାନିକ ଭାବରେ ୧୯୯୨ ମସିହାରେ ଗଠିତ ହୋଇଥିଲା।
ବର୍ତ୍ତମାନ ଇସ୍ରାଏଲ ସୈନ୍ୟବାହିନୀ ସେମାନଙ୍କୁ ହତ୍ୟା କରିବା କାର୍ଯ୍ୟ କରୁଛନ୍ତି। ଏହି ସମଗ୍ର ଗ୍ୟାଙ୍ଗର ପ୍ରତ୍ୟେକ ସଦସ୍ୟଙ୍କୁ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri