ସାରା ବିଶ୍ୱରେ ପୁଣିଥରେ ହାହାକାର କରିପାରେ କରୋନା, ଚାଇନାରେ ବିଏଫ.୭ ବିଗାଡିଲାଣି ସ୍ଥିତି, ଡବ୍ଲୁଏଚଓ ମାଗିଲା କରୋନା ଡାଟା

ଜେନେଭା,୨୨ ।୧୨: ଚାଇନାରେ ବ୍ୟାପି ଚାଲିଥିବା କରୋନା ସଂକ୍ରମଣ ପୁଣିଥରେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଲାଣି । କିଛି ମିଡିଆ ରିପୋର୍ଟରେ କୁହାଯାଉଛି କି ପ୍ରତି ସପ୍ତାହରେ ଚାଇନାରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କରୋନା ସହିତ ଜଡିତ ସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛି । ଏଥିପାଇଁ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଘେବ୍ରିୟେସସ ବୁଧବାର ପୁଣିଥରେ ଚାଇନାଠାରୁ କରୋନା ମହମାରୀ ଉତ୍ପତ୍ତ୍‌ିକୁ ଭଲଭାବେ ବୁଝିବାକୁ ଅନୁରୋଧିତ ଡାଟା ସାର୍ବଜନିକ କରିବାକୁ କହିଛନ୍ତି ।
ଡବ୍ଲୁଏଚଓ ମୁଖ୍ୟ ଘେବ୍ରିୟେସସ ଏକ ପ୍ରେସ କନଫରେନ୍ସରେ କହିଛନ୍ତି କୋଭିଡ-୧୯ ପରେ ସ୍ଥିତି ଏବେ ପର୍ଯ୍ୟନ୍ତ ଆମ ବୁଝିବା ବାହାରେ ରହିଛି । ଆହୁରି ମଧ୍ୟ ଆମେ ବୁଝିପାରୁନୁ ଯେ ଦୀର୍ଘ ସମୟ ଧରି ସଂକ୍ରମଣରେ ପୀଡ଼ିତ ଲୋକଙ୍କର ଚିକିତ୍ସା କେମିତି କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ମହାମାରୀର ଆରମ୍ଭ କେମିତି ହେଲା ଏହା ବୁଝିବା ପାଇଁ ସଠିକ ଡାଟାର ଆଶ୍ୟକତା ରହିଛି ।
ସେ କହିଛନ୍ତି କୋଭିଡର ସମସ୍ତ ଡାଟା ଦେବାକୁ ଆମେ ଚାଇନାକୁ ଅନୁରୋଧ କରିଛୁ । ଏହାସହ ଟେଡ୍ରୋସ କରୋନା ଭଳି ମହାମାରୀ ବଢି ଚାଲିଥିବା ଓ ଏହାସହ ଚାଇନାରେ ବିକଶିତ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଯଦି ଚାଇନା ଉତ୍ପତ୍ତିର ସଠିକ କାରଣ ନ ଜଣାପଡୁଛି ତେବେ ପୁଣିଥରେ ଏହି ମହାମାରୀ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିପାରେ ବୋଲି ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଆଶଙ୍କା ପ୍ରକଟ କରିଛନ୍ତି ।

Share