୨୦୨୨ରେ ଶେଷ ହେବ ମହାମାରୀ

ଜେନେଭା,୨।୧: କୋଭିଡ୍‌-୧୯ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ ଆଶାବ୍ୟକ୍ତ କରିଛନ୍ତି।

ମିଳିତ ମୁକାବିଲା ଦ୍ୱାରା ଚଳିତ ବର୍ଷ ମହାମାରୀ ଶେଷ ହେବା ନିଶ୍ଚିତ ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ କହିଛନ୍ତି। କେବଳ ଅସମାନତା ଦୂର ହେଲେ ଏହା ସମ୍ଭବ ହୋଇପାରିବ। କାରଣ ଏବେ ବି କୋଟି କୋଟି ଲୋକଙ୍କ ପାଖରେ କୋଭିଡ୍‌ ଟିକା ପହଞ୍ଚତ୍ ପାରିନାହିଁ। ସେହିପରି ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ଚିକିତ୍ସା, ପରିବାର ନିୟୋଜନ ସେବାରୁ ଅନେକ ବଞ୍ଚତ୍ତ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିଛନ୍ତି। ସେହିପରି ଭବିଷ୍ୟତର ମହାମାରୀ ପାଇଁ ପ୍ରସ୍ତୁତ ରହିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Share