ପୁଣେ,୨୧।୧୦: ଗାମ୍ବିଆରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ୟୁଏଚ୍ଓ) ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ଉଦ୍ବେଗ ପ୍ରକାଶ କରିଛନ୍ତି। ପୁଣେରେ ବିକାଶଶୀଳ ଦେଶଗୁଡିକର ଭ୍ୟାକ୍ସିନ ଉତ୍ପାଦନକାରୀ ନେଟୱାର୍କ (ଡିସିଭିଏମଏନ)ର ବାର୍ଷିକ ସାଧାରଣ ସଭା ଅବସରରେ ସ୍ବାମୀନାଥନ ସେ କହିଛନ୍ତି ଯେ, ଡବ୍ଲ୍ୟୁଏଚ୍ଓ ରିପୋର୍ଟରେ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ଭାରତରେ ନିର୍ମିତ ଚାରୋଟି କାଶ ସିରପ ସହିତ ଯୋଡି ହୋଇଛି। ଏହି ଘଟଣାରେ ଭାରତ ସରକାର ଡବ୍ଲ୍ୟୁଏଚ୍ଓ ସହିତ ସମ୍ପର୍କରେ ଅଛନ୍ତି। ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ଏବଂ ଏହାକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିବାକୁ ପଡ଼ିବ। ଭାରତରେ କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀର ଔଷଧ ନିୟାମକ ଅଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକୁ ସୁସଂଗଠିତ କରିବାର ଆବଶ୍ୟକତା ରହିଛି।